ଯୁବକଙ୍କ ତରଫରୁ ସେବା ପକ୍ଷ ସହ ବୃକ୍ଷରୋପଣ କାର୍ଯକ୍ରମ




ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ଦୁର୍ଦ୍ଦୁରା ଗାଁର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ଏବଂ ଭାରତ ସରକାରଙ୍କର ମାଇଁ ଭାରତ, ନୟାଗଡ଼ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠାନର ସଞ୍ଜୟ କୁମାର ସାହୁଙ୍କ ନେତୃତ୍ୱରେ ୪୦ରୁ ଉର୍ଦ୍ଧ୍ବ ଯୁବଗୋଷ୍ଠୀ ଙ୍କ ଦ୍ଵାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍ବଚ୍ଛତାକୁ ଗୁରୁତ୍ୱ ଦେଇ ଚତୁଃପାର୍ଶ୍ଵରେ ଥିବା ମଇଳା ଜୀବାଣୁ ଜନିତ ଆବର୍ଜନାକୁ ପରିସ୍କାର କରିଥିଲେ। ଗାଁର ମୁଖ୍ୟ ରାସ୍ତା ସହ ଗାଁ ମନ୍ଦିରକୁ ପରିଷ୍କାର କରିଥିଲେ ।ଏଥିରେ ଅଙ୍ଗନୱାଡ଼ି  ଅନିତା ମଞରୀ ଶତପଥୀ ଓ ଅହଲ୍ୟା ଘଡେ଼ଇ ସ୍ବୟଂ ସହାୟକ ଗୋଷ୍ଠୀର ସି ଆର ପି ଶୈଳଵାଳା ନାୟକ, ଯୁବ ନାଟ୍ୟକାର ବିପିନ ବିହାରୀ ସାହୁ ଯୋଗଦାନ କରି ଯୁବକଙ୍କୁ ଆଜିର ଦିନରେ ସ୍ଵଛତା ଓ ପରିଚ୍ଛନ୍ନତା ଦିଗରେ ସଚେତନତା କରିଥିଲେ।ଏଥିସହ ସେବା ପକ୍ଷ ସହ ବୃକ୍ଷରୋପଣ କାର୍ଯକ୍ରମରେ ଦୁର୍ଦ୍ଦୁରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଞ୍ଚଳିକ ମଣ୍ଡଳ ସାଧନା କେନ୍ଦ୍ରର ସି ଆର ସି ସି ଶ୍ରୀଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ  ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ଯୁବକଙ୍କ ଦ୍ବାରା ବିଦ୍ୟାଳୟରେ ବିଭିନ୍ନ ସ୍ଥାନରେ ୩୦ରୁ ଊର୍ଦ୍ଧ୍ବ ଔଷଧୀୟ ବୃକ୍ଷ ଚାରା ରୋପଣ କରିବା ସହ  ଗାଁର ଯୁବକଙ୍କ ନେତୃତ୍ୱକୁ ପ୍ରଶଂସା କରିଥିଲେ। ଯୁବକ ସଂଘର ସଭାପତି ଆଲୋକ ପୃଷ୍ଟି, ଅନୁଷ୍ଠାନର ଉପେନ୍ଦ୍ର କୁମାର ସାହୁ, ମୁରଲୀଧର ନାୟକ, ପ୍ରକାଶ ସାହୁ, ବାପି ସେଠୀ, ଜିତେନ୍ଦ୍ର ସ୍ୱାଇଁ, ଏବଂ ନୟାଗଡ଼ ମାଇଁ ଭାରତର ନୂଆଗାଁ 


ବ୍ଳକର ଜାତୀୟ ଯୁଵସ୍ବେଛାସେବୀ  ପରମେଶ୍ବର ସାହୁ, ଦୀପକ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଯୁବକ ଓ ଯୁବତୀଙ୍କୁ ମୋ ଭାରତର ଡିଜିଟାଲ କୁଇଜ୍ ପ୍ରତିଯୋଗିତା, ସ୍ଵଛତା ପକ୍ଷ, ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଚେତନତା ସୃଷ୍ଟି କରି ସହଯୋଗ କରିଥିଲେ। ଏଥିରେ ସମସ୍ତ ଯୁବଗୋଷ୍ଠୀଙ୍କ ସ୍ଵଛତା ଓ ବୃକ୍ଷରୋପଣ କାର୍ଯକ୍ରମରେ ଏଭଳି ପ୍ରୟାସକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଥିଲେ।

Post a Comment

0 Comments