ନୂଆଗାଁ, (ଓଡ଼ିଶା): ନୂଆଗାଁ ସଦର ମହକୁମାରେ ଅବସ୍ଥିତ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଦକ୍ଷତା ବୃଦ୍ଧି (Capacity Building Programme) ତଥା ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (MoEF&CC) ଏବଂ ଓଡ଼ିଶା ସରକାରଙ୍କ ପରିବେଶ ଅଧ୍ୟୟନ କେନ୍ଦ୍ର (CES) ର ମିଳୁତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।"ପ୍ରାକୃତିକ ଶିଳ୍ପକଳା ଏବଂ ପରିବେଶ ଅନୁକୂଳ ପଦକ୍ଷେପ" (Natural Crafts & Eco-Friendly Initiative)। ମୁଖ୍ୟ ବାର୍ତ୍ତା: "ଏକ ପରିଷ୍କାର, ସବୁଜ ଆଗାମୀ କାଲି ପାଇଁ ଏକାଠି" ଏବଂ "ଛୋଟ ପଦକ୍ଷେପ, ବଡ଼ ପ୍ରଭାବ"।ସମ୍ମାନିତ ଅତିଥି ତଥା ବକ୍ତା ଭାବେ ଡଃ. ଗିରିଜା ଶଙ୍କର ମହାପାତ୍ର ଯୋଗଦେଇ ପ୍ରାକୃତିକ ସମ୍ପଦର ସଦପ୍ରୟୋଗ ଏବଂ ପରିବେଶ ଅନୁକୂଳ କାର୍ଯ୍ୟପନ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ। ପରିବେଶ ଅଧ୍ୟୟନ କେନ୍ଦ୍ର (CES) ପକ୍ଷରୁ ମାଷ୍ଟର ଟ୍ରେନର ସନ୍ତୋଷ ଚନ୍ଦ୍ର କର ଏବଂ ପ୍ଲାନିଂ ଆସିଷ୍ଟାଣ୍ଟ ଭରତ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବିଦ୍ୟାଳୟର ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ନୂଆଗାଁ ବ୍ଲକର ବିଭିନ୍ନ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷାପ୍ରେମୀମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏହି ଶିବିରକୁ ସରସ ସୁନ୍ଦର କରିବାରେ ରୋଜାଲିନ ମିଶ୍ର , ବିଭୂପ୍ରସାଦ ନନ୍ଦ ସନ୍ତୋଷ କୁମାର ସାହୁ, ମଧୁସ୍ମିତା ଦାସ ଏବଂ ପ୍ରହ୍ଲାଦ ସାହୁ ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷରେ ନୂଆଗାଁ ପି.ଏମ୍.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


.jpg)
0 Comments