-----
ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ଯକ୍ତି ଦିବସ ପାଳନ ହୋଇ ଯାଇଛି। ଏଇ ସପ୍ତାହବ୍ୟାପୀ ଆନ୍ତର୍ଜାତୀୟ ବୟୋବୃଦ୍ଧ ଦିବସ ପାଳନ ହେବାକୁ ଯାଉଥିବା ପରିପ୍ରେକ୍ଷୀରେ ମାଇଁ ଭାରତ କେନ୍ଦ୍ର, ନୟାଗଡ଼ ଓ ସେବା ଉତ୍ସବ ସମିତି, ନୟାଗଡ଼ ଆନୁକୁଲ୍ୟରେ ସମର୍ପଣ ଗୃହରେ ଅନ୍ତେବାସୀ ମାନଙ୍କୁ ନେଇ ଏହି ବୟୋବୃଦ୍ଧ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣ ପରିଚାଳନା କମିଟିର ସଂପାଦକ ସମାଜସେବୀ ଶ୍ରୀଧର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ମୁଖ୍ଯ ଅତିଥି ଭାବେ ମେରା ଯୁବ ଭାରତ ନୟାଗଡ଼ ର ଅଧିକାରୀ ସାହିଲ କୁମାର କୁଣ୍ଡୁ ଯୋଗ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ସନ୍ତୋଷ କୁମାର ପ୍ରଧାନ ଓ ସେବା ଉତ୍ସବ ସମିତି ର ଅଧ୍ଯକ୍ଷ ଶିବରାମ ମହାପାତ୍ର, ସମର୍ପଣ ପରିଚାଳନା କମିଟର କୋଷାଧ୍ୟକ୍ଷ ସନ୍ତୋଷ କୁମାର ନାୟକ ଯୋଗଦେଇ ବୟସ୍କ ବ୍ଯକ୍ତି ମାନଙ୍କ ପାଇଁ ଯୁବପିଢିଙ୍କର ନୈତିକ କର୍ତ୍ତବ୍ଯ ବିଷୟରେ ଆଲୋଚନା କରିଥିଲେ। ମାଇଁ ଭାରତ କେନ୍ଦ୍ର ନୟାଗଡ଼ର ସଦସ୍ଯ ଅନିଲ୍ କୁମାର ପ୍ରଧାନ ଓ ସତ୍ଯ ବେହେରା ସମର୍ପଣରେ ପହଞ୍ଚି ସମସ୍ତ ଅନ୍ତେବାସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ପୂଜା କରିବା ସହିତ ରାତ୍ରି ଭୋଜନର ବ୍ଯବସ୍ଥା କରିଥିଲେ। ସମସ୍ତ ଅନ୍ତେବାସୀ ମାନଙ୍କର ସ୍ବାସ୍ଥ୍ଯ ସୁରକ୍ଷା ଓ ବାର୍ଦ୍ଧକ୍ଯ ଜନିତ ବିଭିନ୍ନ ସମସ୍ଯାର ସମାଧାନ ବିଷୟରେ ମଞ୍ଚାସୀନ ସଦସ୍ଯ ମାନେ ବହୁ ମୂଲ୍ଯବାନ ପରାମର୍ଶ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସମର୍ପଣ ମ୍ଯାନେଜର ସୀତାରାମ ପ୍ରଧାନ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲା ବେଳେ ମାଇଁ ଭାରତ କେନ୍ଦ୍ର ର ସଦସ୍ଯ ସୌମ୍ୟ ସ୍ବୟଂ ପ୍ରଭା ଧନ୍ଯବାଦ ଅର୍ପଣ କରିଥିଲେ।
0 Comments