ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ସୋହମ୍" , ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ "ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ


 ନୟାଗଡ l ୧୩/୧୦/୨୦୨୬ l ନୟାଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ "ସୋହମ୍" , ଭାରତ ସରକାରଙ୍କ ଯୁବ ଓ କ୍ରୀଡା ବ୍ୟାପାର ବିଭାଗର ସହଯୋଗରେ ମୋ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ "ଆନ୍ତର୍ଜାତିକ ବିପର୍ଯ୍ୟୟ ପ୍ରଶମନ ଦିବସ "  ନୂଆଗାଁ ମାଧ୍ୟମିକ ବିଦ୍ୟାଳୟ, ନୂଆଗାଁ  ଠାରେ "ସୋହମ୍" ସଂଗଠନ ର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ , ବିଦ୍ୟାଳୟ ର  ଅଧ୍ୟାପକ ଶ୍ରୀ ଆଶିଷ କୁମାର ପ୍ରଧାନ , ଶ୍ରୀ ହୃଦୟଜ୍ୟୋତି  ପ୍ରକାଶ ,  ପ୍ରଦୀପ କୁମାର ଖଣ୍ଡୁଆଳ,  କର୍ମଚାରୀ ଆଶିଷ କୁମାର ନାୟକ , ଲିପ୍ସା ରାଣୀ ସିଠ ସମେତ ଶତାଧିକ   ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ   ଅନୁଷ୍ଠିତ ହୋଇଯାଇଛି l  ଏଥିରେ  ବରେଣ୍ୟ ଅତିଥି ବିପର୍ଯ୍ୟୟ ର ଭୟାଭୟ ସହ ଏହାର ପ୍ରକାର ଭେଦ , ପରିଚାଳନା ଓ ପ୍ରଶମନ ରେ ଯୁବକ ମାନଙ୍କର ଭୂମିକା ଉପରେ ବିଶେଷ ଭାବେ ଆଲୋଚନା କରିଥଲେ l  ତତ୍ପରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିର୍ଣ୍ଣ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l

Post a Comment

0 Comments