ନୂଆଗାଁରେ ‘ମାଇଁ ଭାରତ’ ଓ ନୀଳଚକ୍ର ଯୁବକ ସଂଘ ପକ୍ଷରୁ ନସା ମୁକ୍ତ ଯୁବା କାର୍ଯ୍ୟକ୍ରମ ଅନୁଷ୍ଠିତ


 
​ନୂଆଗାଁ ମାଇଁ ଭାରତ (My Bharat) ଏବଂ ନୀଳଚକ୍ର ଯୁବକ ସଂଘର ମିଳିତ ପ୍ରୟାସରେ ନୟାଗଡ଼ ଜିଲ୍ଲା ନୂଆଗାଁଠାରେ ଏକ ପ୍ରେରଣାଦାୟକ ‘ନସା ମୁକ୍ତ ୟୁବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ ଉଚ୍ଚ ବିଦ୍ୟାଳୟ ଓ ଉଚ୍ଚମଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ବହୁସଂଖ୍ୟାରେ ଯୋଗଦେଇଥିଲେ।


​କାର୍ଯ୍ୟକ୍ରମରେ କାର୍ଯ୍ୟକ୍ରମ ପରିଚାଳକ ଶିବରାମ ମହାପାତ୍ର ମଞ୍ଚାସୀନ ରହି ସଭା ପରିଚାଳନା କରିଥିବାବେଳେ, ଅତିଥି ଓ ବକ୍ତା ଭାବେ ଅଧ୍ୟାପକ ସତ୍ୟ ରଞ୍ଜନ ସାହୁ, ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ପଦ୍ମ ଚରଣ ସାହୁ, ମାନସ ରଞ୍ଜନ ପ୍ରଧାନ, ପରମେଶର ବାବୁ, ଗଣମାଧ୍ୟମ ପ୍ରତିନିଧି ବିଶ୍ୱଜିତ ଖଣ୍ଡୁଆଳ ଏବଂ ଧନେଶ୍ୱର ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଦିଗଦର୍ଶନ ଦେଇଥିଲେ।


​ମଞ୍ଚରୁ ବକ୍ତାମାନେ ବିଭିନ୍ନ ଜୀବନ୍ତ ଉଦାହରଣ ମାଧ୍ୟମରେ ନିଶାର କୁପରିଣାମ ଏବଂ ଏଥିରୁ ଦୂରେଇ ରହିବାର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ। ନିଶାମୁକ୍ତ ଅଭିଯାନ କେବଳ ସମାଜରେ ନୁହେଁ, ବରଂ ପ୍ରଥମେ ନିଜ ପରିବାର ମଧ୍ୟରୁ ଏହି ପବିତ୍ର ଅଭିଯାନ ଆରମ୍ଭ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରାଯାଇଥିଲା।
​ଏହାସହିତ, ଯୁବପିଢ଼ିଙ୍କୁ ବିଭିନ୍ନ ସଚେତନତା ଓ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ସାମିଲ କରିବା ପାଇଁ ‘ମାଇଁ ଭାରତ’ (My Bharat) ପୋର୍ଟାଲରେ ପଞ୍ଜୀକରଣ (Registration) କରିବାକୁ ଛାତ୍ରଛାତ୍ରୀଙ୍କୁ ବିଶେଷ ଭାବରେ ଉତ୍ସାହିତ କରାଯାଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ନିଜର ମତାମତ ରଖିବା ସହ ନସା ମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ ଏବଂ ଏକ ସୁନ୍ଦର ପରିବେଶ ମଧ୍ୟରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।

Post a Comment

0 Comments