ନୂଆଗାଁ: ନୂଆଗାଁ ସଦର ମହକୁମାରେ ଅବସ୍ଥିତ ପି.ଏମ୍.ଶ୍ରୀ (PM SHRI) ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ଜାତୀୟ କନ୍ୟା ସନ୍ତାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ମହିଳା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବର୍ତ୍ତମାନର ସମୟରେ ବାଳିକା ସଶକ୍ତିକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରୀ ଏବଂ ସେମାନଙ୍କର ମାଆମାନେ ଉତ୍ସାହଜନକ ଭାବେ ଯୋଗଦେଇଥିଲେ।
ବିଦ୍ୟାଳୟର ଶିକ୍ଷୟତ୍ରୀ ସଂଧ୍ୟାରାଣୀ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ବକ୍ତା ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ, ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ଶିଶୁ ଓ ମହିଳା ବିଭାଗର ସୁପରଭାଇଜର ସଂଯୁକ୍ତାଳା କହ୍ନର, ନୂଆଗାଁ କ୍ଲଷ୍ଟର ସି.ଆର.ସି.ସି. ମମତା ମଞ୍ଜରୀ ସାହୁ ଏବଂ ସ୍ୱାସ୍ଥ୍ୟ କର୍ମୀ ସାଧନା ପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ।
ସଭାରେ ଆଜିର ଦିବସର ମୂଳ ଆଭିମୁଖ୍ୟ ଉପରେ ଆଲୋକପାତ କରାଯାଇଥିଲା। ବିଶେଷ କରି ମାଆମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ବିଭିନ୍ନ ସମସ୍ୟା ଓ ସମାଧାନର ପନ୍ଥା, ମାଆ ଓ ଝିଅ ମଧ୍ୟରେ ନିବିଡ଼ ସମ୍ପର୍କ ତଥା ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କିଭଳି ସଚେତନ ରହିବା ଆବଶ୍ୟକ, ସେ ସମ୍ପର୍କରେ ମଞ୍ଚାସୀନ ଅତିଥିମାନେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଅଭିଭାବକ, ମାଆ ଏବଂ ଛାତ୍ରୀମାନେ ଏହି ସଚେତନତା ବାର୍ତ୍ତାକୁ ଗ୍ରହଣ କରି ବାଳିକା ସଶକ୍ତିକରଣ ପାଇଁ ସଂକଳ୍ପବଦ୍ଧ ହୋଇଥିଲେ. ଶେଷରେ ବିଦ୍ୟାଳୟ ର ନବମ ଶ୍ରେଣୀ ଛାତ୍ରୀଙ୍କ ଦ୍ୱାରା ସଚେତନ ନୃତ୍ୟ ପରିବେଷଣ କରାଯାଇଥିଲା.ଛାତ୍ରୀଙ୍କ ଦ୍ୱାରା ବିଜ୍ଞାନ ପାଦର୍ଶନୀ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ସହିତ କୃତି ଛାତ୍ରୀଙ୍କୁ ପୁରସ୍କାର ଦିଆଯାଇଥିଲା.ବାଲ୍ୟବିବାହ ରୋକିବା ପାଇଁ ଶପଥ ପାଠ କରାଯାଇଥିଲା.



0 Comments