ନୂଆଗାଁ ସଦର ମହକୁମାରେ ଅବସ୍ଥିତ ପିଏମଶ୍ରୀ (PM SHRI) ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ ଡେପୁଟି ଡାଇରେକ୍ଟର ଶ୍ରୀମତୀ ଚନ୍ଦ୍ର ବିଜୟୀଲଷ୍ମୀ ଅଧିକାରିଣୀ। ଏହି ଅବସରରେ ସେ ବିଦ୍ୟାଳୟର ସାମଗ୍ରିକ ଶିକ୍ଷା ବ୍ୟବସ୍ଥା, ଲାଇବ୍ରେରୀ, ରୋବଟିକ୍ସ ଲ୍ୟାବ୍ (Robotics Lab), ସ୍କୁଲ ଗାର୍ଡେନ ଏବଂ ଶ୍ରେଣୀଗୃହଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବରେ ପରିଦର୍ଶନ କରିଥିଲେ।
ବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାର ଗୁଣବତ୍ତାକୁ ସେ ତଦାରଖ କରିବା ସହିତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ କାର୍ଯ୍ୟକ୍ରମର ଉଚ୍ଚ ପ୍ରଶଂସା କରିଥିଲେ। ବିଦ୍ୟାଳୟର ସମସ୍ତ ବିଭାଗ ପରିକ୍ରମା କରି ସେ ଅତ୍ୟନ୍ତ ସନ୍ତୋଷ ଓ ଖୁସି ବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ଦାସ, ପରିଚାଳନା କମିଟି ସଭାପତି ସୁଧୀର ପ୍ରଧାନ, ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, କମିଟି ଉପସଭାପତି, ସମସ୍ତ ସଦସ୍ୟ ଏବଂ ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ରହି ଅତିଥିଙ୍କୁ ଏକ ଭବ୍ୟ ସ୍ୱାଗତ ଜଣାଇଥିଲେ।




0 Comments