ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ବୃକ୍ଷରୋପଣ ଓ ସ୍ମୃତିସଭା




ନୂଆଗାଁ ସଦର ମହକୁମାରେ ଥିବା ପିଏମଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣରେ ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ଅବସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାତାବରଣକୁ ସବୁଜସୁନ୍ଦର କରିବା ପାଇଁ "ମା’ ପାଇଁ ଗଛଟିଏ" ସ୍ଲୋଗାନ ଦିଆଯାଇ ବୃକ୍ଷରୋପଣ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଇଓ ଡଃ ଗୌରୀ ଶଙ୍କର ମହାପାତ୍ର, ସନ୍ତୋଷ ଚନ୍ଦ୍ର କର, ଭରତ ଚନ୍ଦ୍ର ଜେନା, ରୋଜାଲିନ ମିଶ୍ର, ବିଭୂପ୍ରସାଦ ନନ୍ଦ, ସନ୍ତୋଷ କୁମାର ସାହୁ, ମଧୁସ୍ମିତା ଦାସ, ପ୍ରହ୍ଲାଦ ସାହୁ, ଅଧ୍ୟାପକ ଚିନ୍ମୟ କୁମାର ପ୍ରଧାନ, ଏବଂ ବିଜ୍ଞାନ ଶିକ୍ଷକ ବିନାୟକ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମଧ୍ୟ ଉପସ୍ଥିତ ରହି ଏହି ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ବାରା ଚାରା ରୋପଣ କରାଯାଇ ଜଳସେଚନ କରାଯାଇଥିଲା।ଆଦର୍ଶ ଚିନ୍ତାରାଜି: ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନଦର୍ଶନ, ତାଙ୍କର ସାହିତ୍ୟ ସାଧନା ଏବଂ ସମାଜ ସେବା ସମ୍ପର୍କରେ ବକ୍ତୃତା ପ୍ରଦାନ କରାଯାଇଥିଲା। ପରିବେଶ ସଚେତନତା: "ମା’ ପାଇଁ ଗଛଟିଏ" ଅଭିଯାନର ମହତ୍ତ୍ୱକୁ ବୁଝାଇ ପରିବେଶ ସୁରକ୍ଷା ପାଇଁ ସମସ୍ତଙ୍କୁ ଶପଥ ନିଆଯାଇଥିଲା।

Post a Comment

0 Comments