ଡିଜାବଲ ରିଲିଫ ଅର୍ଗାନାଇଜେସନର ପ୍ରତିଷ୍ଠା ଦିବସ -

 



ଦଶପଲ୍ଲା୪/୧୦ 
 ଆଜି ଡିଜାବଲ ରିଲିଫ ଅର୍ଗାନାଇଜେସନର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି, ମୁଖ୍ୟ ଅତିଥି ବିଧାୟକ ରମେଶ ଚନ୍ଦ୍ର ବେହେରା ଅନୁଷ୍ଠାନ ପାଇଁ ଜାଗା ଏବଂ ଘରଟିଏ ଦେବାର ପ୍ରତିଶୃତି ଦେବା ଶହ ପ୍ରତି ବର୍ଷ ତାଙ୍କ ନିଜସ୍ୱ ଖର୍ଚରେ ୨ ଗୋଟି ବ୍ୟାଟେରୀ ସ୍କୁଟି ଦେବା ପାଇଁ ପ୍ରତିଶୃତି ଦେଇଥିଲେ .  , ନୃତ୍ୟ, ଗୀତ, ଖେଳ, ଶିକ୍ଷାରେ ମଧ୍ୟ ବହୁ ଆଗରେ ଭିନ୍ନକ୍ଷମ ମାନେ. ଅଙ୍ଗ ହୀନ ହୋଇ ମଧ୍ୟ ଅନ୍ୟ ଅଙ୍ଗ ମାଧ୍ୟମରେ ଏସବୁ କାର୍ଯ୍ୟ କରୁ ଥିବାରୁ ତାଙ୍କୁ ଦିବ୍ୟାଙ୍ଗ କୁହା ଯାଉଛି ବୋଲି ମୁଖ୍ୟ ବକ୍ତା ଅଧ୍ୟାପିକା ସୁକୃତି ମହାପାତ୍ର କହିଥିଲେ.  ସଭାରେ ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ, ଏନଏସି ଅଧ୍ୟକ୍ଷା ଇଂ ପୁନମ ପ୍ରିୟ ଦର୍ଶିନୀ ଙ୍କ ସମେତ ବହୁ ଶିକ୍ଷାବିତ ଉପସ୍ଥିତ ଥିଲେ.ଡା.ପ୍ରଫୁଲ୍ଲ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ପାଦକ ଲଷ୍ମୀଧର ବେହେରା ପ୍ରତିଷ୍ଠା ଦିବସ ବିଷୟରେ ସମ୍ୟକ ସୂଚନା ଦେଇଥିଲେ.ଏହି ଅବସରରେ ଶିକ୍ଷାବିତ ବିଷ୍ଣୁ ନାରାୟଣ ନନ୍ଦ ଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା. ଅନୁଷ୍ଠାନର ମମିତା ଗୋଛାୟତ, କୁନି ମଞ୍ଜରୀ ଭଞ୍ଜ, ସରୋଜିନୀ ପରିଡା, ଅନିରୁଦ୍ଧ ମୁଦୁଲି, ରବିନ୍ଦ୍ର ମହାରଣା, ଜିତେନ୍ଦ୍ର ସ୍ୱାଇଁ ପ୍ରଭୃତିଙ୍କୁ ଉତ୍ତମ ସେବା ପାଇଁ ସମ୍ବର୍ଦ୍ଧିତ କରା ଯାଇଥିଲା. ଉପ ସଭାପତି ସୁମନ୍ତ ସାଥୁଆ ଧନ୍ୟବାଦ ଅର୍ପଣ କରିଥିଲେ .ପରେ ୨୪ ଜଣ ଦିବ୍ୟାଙ୍ଗଙ୍କୁ ଟ୍ରାଇ ସାଇକେଲ, କାନ ଯନ୍ତ୍ର, ଧଳା ବାଡ଼ି ଆଦି ଉପକରଣ ବଣ୍ଟନ କରା ଯାଇଥିଲା.     

Post a Comment

0 Comments