ନୂଆଗାଁ ବ୍ଲକ ପରିସରରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ

 


ନୂଆଗାଁ: ଆଜି ନୂଆଗାଁ ବ୍ଲକ ପରିସରରେ 'ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ବୟସ୍କ ବ୍ୟକ୍ତିମାନେ ଯୋଗ ଦେଇଥିଲେ।   ସଭାରେ ସରକାରଙ୍କ ଦ୍ୱାରା ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ସେବା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବିଶେଷ କରି 'ସିନିୟର ସିଟିଜେନ୍ କାର୍ଡ' (Senior Citizen Card) ମାଧ୍ୟମରେ ବରିଷ୍ଠ ନାଗରିକମାନେ କିଭଳି ବିଭିନ୍ନ ସରକାରୀ ସହାୟତା ଓ ସୁବିଧା ପାଇପାରିବେ,

ସେ ନେଇ ଅବଗତ କରାଯାଇଥିଲା। ଏହା ସହିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ "ଏକ ପେଡ୍ ମାଆ କେ ନାମ୍" (Ek Ped Maa Ke Naam) ଅଭିଯାନରେ ବୃକ୍ଷରୋପଣ କରାଯାଇଥିଲା। ତତ୍ ସହିତ ବ୍ଲକ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଏବଂ କର୍ମଚାରୀମାନେ ଉପସ୍ଥିତ ରହି ବୟସ୍କମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।   

ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ନୂଆଗାଁ ବିଡିଓ ଶ୍ରୀ ଅମୃତ ରାଉଳ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପର୍ଶୁରାମ ସ୍ୱାଇଁ, ସାଂସଦ ପ୍ରତିନିଧି ଶ୍ରୀ ଭୀମସେନ ଶେଠୀ ଏବଂ ନୂଆଗାଁ ତହସିଲଦାର ଶ୍ରୀ ହେମନ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ ସମାଜ ସୁରକ୍ଷା ଅଧିକାରିଣୀ ସ୍ୱର୍ଣ୍ଣ ସାରିକା ଜେନା ଙ୍କ ଦ୍ୱାରା ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। ସମାଜରେ ବୟସ୍କମାନଙ୍କ ପ୍ରତି ସମ୍ମାନ, ସୁରକ୍ଷା ଓ ଉପଯୁକ୍ତ ଯତ୍ନ ନେବା ପାଇଁ ଅତିଥିମାନେ ସମସ୍ତଙ୍କୁ ବାର୍ତ୍ତା ଦେଇଥିଲେ।

Post a Comment

0 Comments