ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ



ଗଣିଆ ୨୨/୦୯(ହୀ ପ୍ର) ଗଣିଆ ବଜାର ବଣିକ ସଂଘ ପକ୍ଷରୁ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ରଘୁନାଥ ଜୀଉ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷାବିତ୍ ଦ୍ବିତୀକୃଷ୍ନ ସାହୁଙ୍କ ବିୟୋଗରେ ଶୋକ ବ୍ୟକ୍ତ କରି ନିରବ ପ୍ରାର୍ଥନା କରାଯାଇଥିଲା । ସଂଘର ସଭାପତି ଦାଶରଥି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ସମ୍ପାଦକ ପ୍ରଭାତ କୁମାର ଦାଶ, ଉପସଭାପତି କୂଳମଣି ସାହୁ, ଜଗନ୍ନାଥ ଦାଶ, ପ୍ରଦୀପ୍ତ କୁମାର ମହାପାତ୍ର, ଚିତ୍ତରଞ୍ଜନ ସାହୁ, ପ୍ରକାଶ କୁମାର ସାହୁ, ଦୀପ୍ତି ରଞ୍ଜନ ଦାଶ, ସନ୍ତୋଷ କୁମାର ବେହେରାଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ତଥା ୧୦୦ରୁ ଅଧିକ ବ୍ୟବସାୟୀ ଉପସ୍ଥିତ ଥିଲେ । ଗଣିଆରେ ପୀଠେ ପୂଜା ହୋଇଥିବାରୁ ଅକ୍ଟୋବର ୨୦ ତାରିଖରେ ଦଶହରା ପାଳନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା । ପୂଜା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ଦାୟିତ୍ବ ପ୍ରଦାନ କରାଯାଇଥିଲା । ୨୦ ତାରିଖ ଏବଂ ୨୧ ତାରିଖ ଦୁଇ ଦିନ ଧରି ବଜାର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଅକ୍ଟୋବର ୨୫ ତାରିଖରେ ଭସାଣି ହେବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ସମସ୍ତ ବ୍ୟବସାୟୀ ଦୋକାନ ବନ୍ଦ କରି ଭସାଣିରେ ଯୋଗ ଦେବାକୁ ସଭାପତି ନିବେଦନ କରିଥିଲେ । ନିଜ ନିଜର ଦାୟିତ୍ବ ସମ୍ପାଦନ କରିବା ସହିତ ଦଶହରା କିଭଳି ଶାନ୍ତି ଶୃଙ୍ଖଳାରେ ସମାପ୍ତ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଦରକାର ବୋଲି ସଭାପତି ମତବ୍ୟକ୍ତ କରିଥିଲେ ।

Post a Comment

0 Comments