ପତୁରିଆ ନାଳରୁ ମିଳିଲା ମୃତ ମଗର କୁମ୍ଭୀର




ଗଣିଆ ୨୮/୦୯( ପ୍ରତୀକ୍ଷା) ଦୀର୍ଘ ଦିନ ହେବ ପତୁରିଆ ନାଳରେ ଆତଙ୍କ ଖେଳାଇଥିବା କୁମ୍ଭୀରଟିର ମୃତ ଦେହ ଉଦ୍ଧାର କରିଛି ଗଣିଆ ବନ ବିଭାଗ । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଗଣିଆ ବ୍ଲକ ପତୁରିଆ ନାଳରେ । କୁମ୍ଭୀରଟି ଦୀର୍ଘ ଦିନ ହେବ ନାଳରେ ରହି ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଥିଲେ । ତେବେ ସୋମବାର ସକାଳୁ ଉକ୍ତ କୁମ୍ଭୀରଟି ମୃତ ଅବସ୍ଥାରେ ନାଳ ଉପରେ ଥିବା ବନ୍ଧ ତଳେ ପଡି ରହିଥିଲା । ଏହାକୁ ଦେଖି ସ୍ଥାନୀୟ ଲୋକେ ବିଭାଗୀୟ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବରପାଇ ଫରେଷ୍ଟର ମନୋଜ ପ୍ରଭାକର ସାହୁ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିବା ଜଣାପଡିଛି । ମୃତ କୁମ୍ଭୀରଟି ଗୋମୁହା ମଗର କୁମ୍ଭୀର ଏବଂ ଆନୁମାନିକ ଦୁଇ ବର୍ଷର ହେବ ବୋଲି ଫରେଷ୍ଟର ପ୍ରକାଶ କରିଛନ୍ତି । ତେବେ କୁମ୍ଭୀରଟି କେମିତି ମଲା  ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏ ସମ୍ପର୍କରେ ଫରେଷ୍ଟରଙ୍କୁ ପଚାରିବାରୁ ନାଳରେ ଅତ୍ୟଧିକ ଜଳ ଆସିବା ଫଳରେ କୁମ୍ଭୀରଟିର ମୃତ୍ୟୁ ଘଟିଛି ବୋଲି ସେ ପ୍ରକାଶ କରିଛନ୍ତି ।


Post a Comment

0 Comments