ଉଲ୍ଲାସ, ସମଗ୍ର ଶିକ୍ଷା ଓ ନିପୁଣ ଓଡ଼ିଶା' ର ସମୀକ୍ଷା ବୈଠକ* _ଗୁଣାତ୍ମକ ଶିକ୍ଷାଦାନ ଓ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ_




ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ 'ଉଲ୍ଲାସ', ସମଗ୍ର ଶିକ୍ଷା ଓ 'ନିପୁଣ ଓଡ଼ିଶା' ଯୋଜନାର ସଫଳ ରୂପାୟନ ନିମନ୍ତେ ଏକ ବ୍ଲକ ସ୍ତରୀୟ ଓରିଏଣ୍ଟେସନ ତଥା ସମୀକ୍ଷା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି | ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷା ଅଧିକାରୀ ଭକ୍ତି ବିନୋଦ ଶଲ ଯୋଗ ଦେଇ ଏସବୁ ଶୈକ୍ଷିକ ଯୋଜନା ଗୁଡିକର ସଫଳତା ଉପରେ ଗୁରୁତ୍ୱାରୋପ କରିଥିଲେ | ଇତ୍ୟବସରରେ ଏବିଇଓ ଶ୍ଯାମ ସୁନ୍ଦର ଜାନି, ଗୋପବନ୍ଧୁ ଦେହୁରୀ ଓ ରବିନ୍ଦ୍ର କୁମାର ବେହେରା ପ୍ରମୁଖ ଯୋଗ ଦେଇ ବିଭିନ୍ନ ବିଷୟରେ ତଥ୍ଯ ଉପସ୍ଥାପନା କରିଥିଲେ | ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସିଆରସିସି ପ୍ରମୁଖ ଯୋଗଦେଇଥିଲେ। ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁବାଷ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ​ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାଦାନ, ଶିକ୍ଷାର ବ୍ୟାପକ ବିକାଶ ଓ ସରକାରୀ ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ଥିଲା ।

Post a Comment

0 Comments