ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟରେ ‘ଉଲ୍ଲାସ’ ଓ ‘ନିପୁଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ

 ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟରେ ‘ଉଲ୍ଲାସ’ ଓ ‘ନିପୁଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଦଶପଲ୍ଲା ୮/୯   ସ୍ଥାନୀୟ ଦଶପଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଶିକ୍ଷାର ଗୁଣାତ୍ମକ ବିକାଶ ତଥା ମୌଳିକ ସାକ୍ଷରତା ବୃଦ୍ଧି ଉଦ୍ଦେଶ୍ୟରେ ‘ଉଲ୍ଲାସ’ ଏବଂ ‘ନିପୁଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ  ଭକ୍ତି ବିନୋଦ ସଲ , ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ୟାମ ସୁନ୍ଦର ଜାନି, ଗୋପବନ୍ଧୁ ଚୌଧୁରୀ ଏବଂ ରବିନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶିଶୁମାନଙ୍କ ମଧ୍ୟରେ ପଠନ, ଲିଖନ ଓ ସଂଖ୍ୟାଜ୍ଞାନର ବିକାଶ ସହିତ ନବସାକ୍ଷରତା ଅଭିଯାନକୁ ସଫଳ କରିବା ଦିଗରେ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକର ବିଭିନ୍ନ ହାଇସ୍କୁଲ ଏବଂ ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଶିକ୍ଷକ ମାନେ ଯୋଗଦାନ କରିଥିଲେ,ବିଦ୍ୟାଳୟର ଶିକ୍ଷୟିତ୍ରୀ, ଶିକ୍ଷକ ମାନେ ସହଯୋଗ କରିଥିଲେ ,


Post a Comment

0 Comments