ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି

 ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି 




ଗଣିଆ  ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ର ରାମଚନ୍ଦ୍ର ପ୍ରାଣବନ୍ଧୁ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ   ଭାରତ ରତ୍ନ ଦାର୍ଶନିକ ଡଃ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଫଟୋରେ ପ୍ରଥମେ ପୁଷ୍ପ ଧୂପ ଚନ୍ଦନ ଅର୍ପଣ ପୂର୍ବକ ପବିତ୍ର ଗୁରୁ ଦିବସ ପାଳନ କରାଯାଇଥିଲା।ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ରାଉତ, ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧ୍ରୁବ ଚରଣ ରାଉତ, ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଶ୍ରୀଯୁକ୍ତ ଭାବଗ୍ରାହୀ ସ୍ୱାଇଁ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସରେଶ ପ୍ରଧାନ, ତତ ସହିତ ସହକାରୀ ଶିକ୍ଷକ ଭାଗୀରଥି ଜାନୀ, ଅଜିତ କୁମାର ନାୟକ, ଦଣ୍ଡଧର ରାଉତ, ବିବେକାନନ୍ଦ ସ୍ୱାଇଁ, ଦୀପକ କୁମାର କୁଅଁର, ବିଶ୍ଵକର୍ମା କହଁର, ବିଶ୍ୱମ୍ଭର ବେହେରା, ଅନୁପମା ନାୟକ, ନିବେଦିତା ଦାସ, ଅନିତା ମହାପାତ୍ର, ପ୍ରୀତିଦୀପା ସାହୁ, ଶୁଭ୍ର ଦର୍ଶନ ପଣ୍ଡା, ଦୀପକ କୁମାର ପାତ୍ର ଅନେକ ଶିକ୍ଷକ ଉପସ୍ଥିତ ଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅବସରପ୍ରାପ୍ତ ସମସ୍ତ ଶିକ୍ଷକଙ୍କୁ ପୁଷ୍ପ ଚନ୍ଦନ ଦେଇ ଗୁରୁ ପୂଜନ କରିଥିଲେ ଏବଂ ପୁଷ୍ପ ଗୁଛ ପ୍ରଦାନ ସହ ଉତ୍ତରୀୟ ଦେଇ ଗୁରୁଜୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା ।
ତତ୍ପରେ ଛାତ୍ରଛାତ୍ରୀ ଗଣ ଗୁରୁଜୀ ଓ ଗୁରୁ ମା' ଙ୍କର ଅନେକ ଗୁଣ ଗାନ କରିବା ସହ ଗୁରୁ ଦିବସର ମହତ୍ତ୍ୱ ବିଷୟରେ ଅଭିଭାଷଣ ଦେଇଥିଲେ। ଉପସ୍ଥିତ ଥିବା ଅବସର ପ୍ରାପ୍ତ ପ୍ରାଧନ ଶିକ୍ଷକ ଶ୍ରୀଯୁକ୍ତ ସାହୁ ଗୁରୁଙ୍କ ଠାରୁ ଜ୍ଞାନ ଆହାରଣ କରିବା ସହିତ ତାଙ୍କର ଆଦର୍ଶକୁ ଅନୁ ଶରଣ କରିବା ପାଇଁ ଆର୍ଶୀବଚନ ପ୍ରଦାନ କରିଥିଲେ। ଉପସ୍ଥିତ ଥିବା ଅବସର ପ୍ରାପ୍ତ ପ୍ରାଧନ ଶିକ୍ଷକ ଶ୍ରୀଯୁକ୍ତ କୁଳମଣି ରାଉତ ଗୁରୁ ପରମ୍ପରାର ଇତିହାସ ସମ୍ପର୍କରେ ବିଶଦ ଭାବରେ ଛାତ୍ରଛାତ୍ରୀଙ୍କୁ ଆର୍ଶୀବଚନ ପ୍ରଦାନ କରିଥିଲେ। ଉପସ୍ଥିତ ଥିବା ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ସ୍ୱାଇଁ ଗୁରୁଙ୍କ ପରମ୍ପରାର ସମ୍ପର୍କର ପୌରାଣିକ ବିଷୟ ଆଲୋଚନା ସହ ଗୁରୁଙ୍କୁ ଭକ୍ତି କରି ତାଙ୍କଠୁ ଜ୍ଞାନ ଆହରଣ କରି ପ�

Post a Comment

0 Comments