ଜିଲାପାଳଙ୍କ ଜନ ଶୁଣାଣି କାର୍ଯ୍ୟକ୍ରମ



ଦଶପଲ୍ଲା :୨୮/୯  ଦଶପଲ୍ଲା ବ୍ଲକ  ମିଶନ ଶକ୍ତି ଗୃହରେ  ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲପାଳ ମଧୁମିତା ରଥ,ଉପ ଜିଲ୍ଲାପାଳ କର୍ଣ୍ଣ ଦେବ ସମରଦାର, ପି ଡି ଲଗ୍ନଜିତ ରାଉତ,ଏ ଡି ଏମ ରୋଜିନା ଦାସ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର , ଏସଡିପିଓ ସୃଷ୍ଟି ପ୍ରଧାନ,ସିଡିଏମ ଓ  ଡ଼ଃ ବି ସୂର୍ଯ୍ୟ ରାଓ, ଜିଲ୍ଲା ଶିକ୍ଷାଧିକାରୀ ଚିତ୍ତରଞ୍ଜନ ପାଣ୍ଡେ,ଅତିରିକ୍ତ ତହସିଲଦାର ଚନ୍ଦ୍ରଶେଖର ବାରିକି,ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ,ବିଡ଼ିଓ ଶରତ କୁମାର ମଲ୍ଲିକ ଙ୍କ  ଉପସ୍ଥିତରେ ଜଣ ଶୁଣାଣି ହୋଇଥିଲା । ତତ ସହିତ ଦଶପଲ୍ଲା ଥାନା  ଏ ଏସ ଆଇ ରମେଶ ଚନ୍ଦ୍ର ଜେନା , ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବିନୋଦ ସଲ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁ ଙ୍କ ସମେତ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନେ ଯୋଗଦାନ କରିଥିଲେ, ଆଜି ମୋଟ ୧୧୧ ଟି ଦରଖାସ୍ତ ହୋଇଥିବା ବେଳେ ୯୩ଟି ବ୍ୟକ୍ତିଗତ, ୧୬ଟି ଗ୍ରାମ ସମ୍ବନ୍ଧିତ , ୨ଟି ମୂଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି , ୨୬ ଟି ଅଭିଯୋଗ ରେ ତତକ୍ଷଣାତ  ସମାଧାନ ହୋଇଥିଲା, ଉକ୍ତ ଶିବିରରେ ବିଭିନ୍ନ ସମସ୍ୟା ସହ ଦଶପଲ୍ଲା ରେ ଘନ ଘନ ବିଦ୍ୟୁତ ବିଭ୍ରାଟ ସହ ବିଦ୍ୟୁତ ସମସ୍ୟା ନେଇ ବିଦ୍ୟୁତ ଉପଭୋକ୍ତା ସଂଘ ତରଫରୁ ଜିଲାପାଳଙ୍କୁ ଭେଟି ଦାବିପତ୍ର ଦିଆଯିବା ସହ ସମାଧାନ ପାଇଁ ଅନୁରୋଧ କରାଯାଇଥିଲା,

Post a Comment

0 Comments