ନୂଆଗାଁ ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହାସମାରୋହରେ ପାଳିତ ହେଲା ‘ଅଙ୍ଗନ କା ଉତ୍ସବ’ର ଦ୍ୱିତୀୟ ଦିବସ

 


ନୂଆଗାଁ ବ୍ଲକର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ମହାସମାରୋହରେ ପାଳିତ ହେଲା ‘ଅଙ୍ଗନ କା ଉତ୍ସବ’ର ଦ୍ୱିତୀୟ ଦିବସ

ନୂଆଗାଁ: ନୂଆଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଚାଲିଥିବା ‘ଅଙ୍ଗନ କା ଉତ୍ସବ’ର ଦ୍ୱିତୀୟ ଦିବସ ବେଶ୍ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ଅବସରରେ କୁନି କୁନି ଶିଶୁ ଏବଂ ସେମାନଙ୍କ ମା’ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।


ବ୍ଲକର ଗୋଳାଗୋଳା, ବେରୁଆଁବାରୀ ୨, ନୀଳାଦ୍ରିପୁର ୧ ଓ ୨, ବଳଭଦ୍ରପୁର ୨, ଚାହାଳି ୨, କଚାପଲ୍ଲୀ ମହିତମା ୨, ଖଳାମାଡ଼ା ୨, ନୂଆଗାଁ ୧ ଏବଂ କୋରଡ଼ା-୩ ଆଦି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଛି। ଏହି ସମସ୍ତ କେନ୍ଦ୍ରରେ ପିଲାମାନଙ୍କ ମଧ୍ୟରେ ଗୀତ, ନାଚ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଶିଶୁମାନେ ନିଜ ନିଜର ନୃତ୍ୟ ଓ ଚିତ୍ରାଙ୍କନ ମାଧ୍ୟମରେ ନିଜ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥିସହ ପିଲାମାନଙ୍କ ବୌଦ୍ଧିକ ଓ ଶାରୀରିକ ବିକାଶର ଅଗ୍ରଗତି ଜାଣିବା ପାଇଁ ‘ମୋ ବିକାଶ ପତ୍ର’ ଉପରେ ଆଲୋଚନା କରାଯାଇଥିଲା।


ଶିଶୁମାନଙ୍କ ସହିତ ମା’ମାନଙ୍କ ପାଇଁ ମଧ୍ୟ ଏକ ଗପ କହିବା ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ ସେମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ସୃଜନଶୀଳତା ଓ ପ୍ରତିଭା ବିକାଶ କରିବା ସହିତ ଅଙ୍ଗନବାଡ଼ି କେନ୍ଦ୍ର ସହିତ ଅଭିଭାବକଙ୍କ ସୁସମ୍ପର୍କ ଏବଂ ଅଂଶଗ୍ରହଣକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା।

ଏହି ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ଏବଂ ମା’ମାନଙ୍କୁ ଆସନ୍ତାକାଲି ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।


Post a Comment

0 Comments