ନୂଆଗାଁ ବ୍ଲକ ଚାହାଳୀରେ ୬ କୋଟି ଟଙ୍କା ବ୍ୟୟବରାଦରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭୂମିପୂଜନ

 


ନୂଆଗାଁ ବ୍ଲକ ଅନ୍ତର୍ଗତ ଚାହାଳୀ ଠାରେ ୬ କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁଥିବା ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଭୂମିପୂଜନ ଉତ୍ସବ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଶ୍ରୀଯୁକ୍ତ ସୁକାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥିଗଣ:  ଏସଡିସି ଅଧ୍ୟକ୍ଷ ତ୍ରିନାଥ ମଲ୍ଲିକ, ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ରରଞ୍ଜନ ପାଣ୍ଡେ, ନୂଆଗାଁ ବିଡିଓ ଡ. ଅମୃତ କୁମାର ରାଉତ, ତହସିଲଦାର ହେମନ୍ତ କୁମାର ନାୟକ, ଏବିଇଓ ଡ. ଗିରିଜା ଶଙ୍କର ମହାପାତ୍ର ଏବଂ ନୂଆଗାଁ ବ୍ଲକ ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ବ୍ୟକ୍ତିବିଶେଷ: ଦଶପଲ୍ଲୀର ପ୍ରାକ୍ତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାଏକ, ଛାହାଳୀ ସମିତି ସଭ୍ୟ ଅଶ୍ୱିନୀ ଆଚାର୍ଯ୍ୟ, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଦିଲ୍ଲୀପ କୁମାର ମିଶ୍ର, ସମ୍ପାଦକ ଜ୍ଞାନପ୍ରକାଶ ବାରିକ, ଏସଏମସି ସଭାପତି ସଞ୍ଜୟ ଆଚାର୍ଯ୍ୟ, ଜେଜିଏଚଏସ ଛାହାଳୀର ପ୍ରଧାନଶିକ୍ଷକ ନିରଞ୍ଜନ ଦାସ ଏବଂ ପ୍ରାକ୍ତନ ପ୍ରଧାନଶିକ୍ଷକ ତ୍ରିନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସହଯୋଗ ଓ ଅଂଶଗ୍ରହଣ: ଏହି ମହତ୍ତ୍ୱପୂର୍ଣ୍ଣ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଏସଏମସି ସଦସ୍ୟ ଏବଂ ପଞ୍ଚସଖା ଶିକ୍ଷା ସେତୁର ସମସ୍ତ କର୍ମକର୍ତ୍ତା ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳର ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷାଗତ ପରିବେଶ ଓ ଆଧୁନିକ ଜ୍ଞାନକୌଶଳ ଭିତ୍ତିକ ସୁବିଧା ସୁଯୋଗ ପାଇପାରିବେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।


Post a Comment

0 Comments