ଦଶପଲ୍ଲା ରେଲୱେ ଷ୍ଟେସନରେ ସଚେତନତା କାର୍ଯ୍ୟକ୍ରମ 'ମୋବାଇଲ୍ ଛାଡ଼, ବହି ସହ ଯାତ୍ରା ଯୋଡ଼' ପାଇଁ ଆହ୍ବାନ

 



ଦଶପଲ୍ଲା ରେଲୱେ ଷ୍ଟେସନ ପରିସରରେ ରବିବାର ଦିନ ଏକ ବ୍ୟତିକ୍ରମୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରେଳ ଯାତ୍ରା ସମୟରେ ମୋବାଇଲ ଆସକ୍ତି କମାଇ ପୁସ୍ତକ ପଠନ, କବିତା ଓ ପ୍ରବନ୍ଧ ଲିଖନ ପ୍ରତି ଆକୃଷ୍ଟ ହେବା ପାଇଁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଧାରଣ ଯାତ୍ରୀଙ୍କୁ ଆହ୍ୱାନ ଦିଆଯାଇଛି। ଏହି ସଚେତନତା ସଭାରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁକୁୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାତ୍ରୀମାନଙ୍କୁ ସାହିତ୍ୟ ଓ ସୃଜନଶୀଳତା ଆଡ଼କୁ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ଇତ୍ୟବସରରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ରେଳ ଯାତ୍ରୀମାନେ ଏକାଠି ହୋଇ ନିଜ ନିଜର ଭାବନା ବ୍ୟକ୍ତ କରିଥିଲେ। ରେଳ ଯାତ୍ରା ସମୟର ବିଭିନ୍ନ ମନୋମୁଗ୍ଧକର ଓ ସ୍ମରଣୀୟ ଅନୁଭୂତିକୁ ଯାତ୍ରୀମାନେ ସୁନ୍ଦର ସୁନ୍ଦର କବିତା ମାଧ୍ୟମରେ ଆବୃତ୍ତି କରି ପରିବେଶକୁ ସାହିତ୍ୟମୟ କରିଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଯୋଗଦେଇଥିଲେ। ସାମ୍ପ୍ରତିକ ସମୟରେ ମୋବାଇଲ୍ ସ୍କ୍ରିନ୍‌ରେ ସମୟ ବିତାଉଥିବା ଯାତ୍ରୀଙ୍କୁ ପୁସ୍ତକ ଓ ଲେଖାଲେଖି ସହ ଯୋଡ଼ିବା ପାଇଁ ରେଳ ବିଭାଗର ଏହି ପ୍ରୟାସକୁ ବିଭିନ୍ନ ମହଲରେ ବେଶ୍ ପ୍ରଶଂସା କରାଯାଇଛି।


Post a Comment

0 Comments