ମହୀପୁର (ନୂଆଗାଁ): ନୂଆଗାଁ ବ୍ଲକ ଅନ୍ତର୍ଗତ ମହୀପୁର ସ୍ଥିତ ପିଏମ୍ଶ୍ରୀ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ନୂତନ ପ୍ରଧାନ ଶିକ୍ଷକ ଭାବେ ଶ୍ରୀ ପୀତବାସ ଲେଙ୍କା ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବିଦ୍ୟାଳୟ ପରିସରରେ ପହଞ୍ଚିବା ପରେ ତାଙ୍କୁ ଏକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ଏକାଠି ହୋଇ ନୂତନ ପ୍ରଧାନ ଶିକ୍ଷକ ଶ୍ରୀ ଲେଙ୍କାଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିବା ସହ ସସମ୍ମାନେ ବିଦ୍ୟାଳୟ ଭିତରକୁ ପାଛୋଟି ନେଇଥିଲେ।
ସୂଚନାଯୋଗ୍ୟ ଯେ, ମହୀପୁର ସରକାରୀ ଉଚ୍ଚ ବିଦ୍ୟାଳୟକୁ କେନ୍ଦ୍ର ସରକାରଙ୍କ ସମ୍ମାନଜନକ 'ପିଏମ୍ଶ୍ରୀ' (PM-SHRI) ମାନ୍ୟତା ମିଳିବା ପରେ ଶ୍ରୀ ଲେଙ୍କା ଆନୁଷ୍ଠାନିକ ଭାବେ ଏଠାରେ ପ୍ରଥମ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଛନ୍ତି। ଏହି ନୂତନ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ବୋଲଗଡ଼ ସ୍ଥିତ ପିଏମ୍ଶ୍ରୀ ସରକାରୀ ବାମନ ଅବକାଶ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ।
ଜଣେ ଅଭିଜ୍ଞ ତଥା ଦକ୍ଷ ଶିକ୍ଷକ ଭାବେ ଶ୍ରୀ ଲେଙ୍କାଙ୍କ ଯୋଗଦାନ ପରେ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ଏବଂ ଭିତ୍ତିଭୂମିର ଉନ୍ନତିକରଣ ଆହୁରି ସୁଦୃଢ଼ ହେବ ବୋଲି ସ୍ଥାନୀୟ ଅଞ୍ଚଳବାସୀ, ଅଭିଭାବକ ତଥା ବୁଦ୍ଧିଜୀବୀ ମହଲରେ ଦୃଢ଼ ଆଶା ପ୍ରକାଶ ପାଇଛି




0 Comments