ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

 ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ 



ଦଶପଲ୍ଲା ୩/୯ ଆଜି ଦଶପଲ୍ଲା ସରକାରୀ ହାଇସ୍କୁଲ ପରିସରରେ ଦଶପଲ୍ଲା ପୋଲିସ ପ୍ରଶାସନ ତରଫରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଉକ୍ତ କାର୍ଯ୍ୟକ୍ରମ ରେ ନୟାଗଡ଼ ଏସ ଡି ପିଓ ସୃଷ୍ଟି ପ୍ରଧାନ, ଦଶପଲ୍ଲା ଥାନା ଆଇ ଆଇ ସି ବିନୟ ରଂଜନ ପରିଡ଼ା, ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ସାହୁ,ସମାଜ ସେବୀ ସୁଶାନ୍ତ କୁମାର ସାହୁ, ଶିକ୍ଷକ ପ୍ରଭାତ ସାଥୁଆ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦାନ କରିଥିଲେ, ଏହି ଅବସରରେ ଛାତ୍ରୀ ଛାତ୍ର ମାନଙ୍କୁ ଟ୍ରାଫିକ୍ ନିୟମ, ସଡ଼କ ସୁରକ୍ଷା ଆଇନ ଏବଂ ନିରାପଦ ଯାତାୟାତ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନାବାଳକମାନେ କୌଣସି ପରିସ୍ଥିତିରେ ଗାଡ଼ି ନ ଚଳାଇବା, ଦୁଇଚକିଆ ଯାନରେ ଯିବା ସମୟରେ ହେଲମେଟ ପରିଧାନ କରିବା, ନିର୍ଦ୍ଧାରିତ ଗତିସୀମା ମାନିବା ତଥା ରାସ୍ତାରେ ଯିବାଆସିବା ବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା  ପ୍ରଭୃତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ, ହାଇସ୍କୁଲ ର ବହୁ  ଛାତ୍ରୀ ଛାତ୍ର ଯୋଗଦାନ କରିଥିଲେ ଦଶପଲ୍ଲା ଥାନା ଆଇ ଆଇ ସି ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ,

Post a Comment

0 Comments