ନଛିପୁର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ "ବିସ୍ମୃତ ଖାଦ୍ୟ ଓ ଅବହେଳିତ କୃଷିର ପୁନରୁଦ୍ଧାର" ସଚେତନତା କାର୍ଯ୍ୟକ୍ରମ


ଦଶପଲ୍ଲା (ନୟାଗଡ଼), ୧୮/୦୯ :

ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ନଛିପୁର ପରିସରରେ ‘ଓଡ଼ିଶାର ବିସ୍ମୃତ ଖାଦ୍ୟ ଓ ଅବହେଳିତ କୃଷିର ପୁନରୁଦ୍ଧାର ଏବଂ ସ୍ଥାୟିତ୍ୱ’ ଶୀର୍ଷକ ଏକ ବିଦ୍ୟାଳୟ ସ୍ତରୀୟ ଛାତ୍ରଛାତ୍ରୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ "ନିଗମ" ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଖାଦ୍ୟ ସଂସ୍କୃତି, ପୁଷ୍ଟିକର ଆହାର ତଥା ଲୋପ ପାଇବାକୁ ବସିଥିବା ପୁରାତନ ଦେଶୀ ଫସଲଗୁଡ଼ିକର ସଂରକ୍ଷଣ ଓ ପୁନରୁଦ୍ଧାର ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।


ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସଞ୍ଜିବନୀ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଦଶପଲ୍ଲା ବ୍ଲକ୍ ଶିକ୍ଷାଧିକାରୀ ଶ୍ରୀ ଭକ୍ତି ବିନୋଦ ସଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଳକ୍ କୃଷି ଅଧିକାରୀ ଶ୍ରୀମତୀ ତିର୍ଥା ପଟ୍ଟନାୟକ ଓ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଅନୁରାଗ ଦାସ ମହାପାତ୍ର ଏବଂ ରିସୋର୍ସ ପର୍ସନ ଭାବେ ଡ. ଶ୍ରୀକାନ୍ତ ମହାପାତ୍ର ଯୋଗଦେଇ ପାରମ୍ପରିକ କୃଷି ତଥା ପୁଷ୍ଟିକର ଖାଦ୍ୟର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ବରିଷ୍ଠ ଶିକ୍ଷୟତ୍ରୀ କଳ୍ପନା ଗଜେନ୍ଦ୍ର ଅତିଥୀ ମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ, ସଭା ଶେଷରେ ନୟାଗଡ଼ ଜିଲ୍ଲା ‘ବିସ୍ମୃତ ଖାଦ୍ୟ ଓ ଅବହେଳିତ କୃଷି ପୁନରୁଦ୍ଧାର ଓ ସ୍ଥାୟିତ୍ୱ’ ପ୍ରକଳ୍ପର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ମାନସ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।  ଅତିରିକ୍ତ ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଜିତେନ୍ଦ୍ର କୁମାର ମହାପାତ୍ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ପାରମ୍ପରିକ କୁଇଜ୍ ପ୍ରତିଯୋଗିତା ସଂଯୋଜନା କରିଥିଲେ।

ଏହି ଅବସରରେ ଚିତ୍ରାଙ୍କନ , ବକ୍ତୃତା, ଖାଦ୍ୟ ପ୍ରସ୍ତୁତି ଲିଖନ ଓ ପାରଂପାରିକ ବ୍ୟଞ୍ଜନ ପ୍ରଦର୍ଶନ ଆଦି ବିଭିନ୍ନ ପ୍ରତିଯୋଗିତା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଶାନ୍ତିଲତା ମୁଦୁଲି, ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳୀ ସାହୁ, ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ପ୍ରିୟଙ୍କା ଖମାରୀ, ଶ୍ରୀମତୀ ବାଣୀ ବନ୍ଦନା ମାହାପାତ୍ର, ଶ୍ରୀମତୀ ସାମିନା ମାର୍ଣ୍ଡି ଏବଂ ଶ୍ରୀମତୀ ଉର୍ବଶୀ ଜାନୀ ପ୍ରମୁଖ ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗିତା ପରିଚାଳନା ଓ ମୂଲ୍ୟାୟନ କରିଥିଲେ। ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଖେଳ ଶିକ୍ଷକ ରବୀନ୍ଦ୍ରନାଥ ନାୟକ, ସ୍ଥାନୀୟ ବ୍ଲକ୍ ସି.ଆର୍.ପି ଧ୍ରୁବ ଚରଣ, ସନ୍ତୋଷ କୁମାର ଓ ସନ୍ତୋଷ ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଭାଗିତାରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Post a Comment

0 Comments