ଗଣିଆ -୨୯/୦୯( ହୀ ପ୍ର)ଗଣିଆ ଥାନା ଅନ୍ତର୍ଗତ ଦଶିପୁର ତୋଟା ନିକଟରୁ ଗଞ୍ଜେଇ ଜବତ ହୋଇଥିବା ବେଳେ ଗୋଟିଏ ସ୍କୁଟି ଏବଂ ଜଣକୁ ଗିରଫ କରିଛି ଗଣିଆ ପୋଲିସ । ଘଟଣାରୁ ଜଣାପଡିଛି ଗଞ୍ଜେଇ ଚୋରା ଚାଲାଣ ହେଉଥିବା କୈଣସି ସୁତ୍ରରୁ ଖବର ପାଇ ଥାନା ଅଧିକାରୀ ଟଙ୍କଧର ଛତ୍ରିୟାଙ୍କ ନିର୍ଦ୍ଦେଶରେ ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଏଏସଆଇ ଶାହା ଆଲାମ ଖାଁ ଗଣିଆ ଥାନା ଅନ୍ତର୍ଗତ ଦଶିପୁର ତୋଟା ଠାରେ ଜଗି ରହିଥିଲେ । ତେବେ ଗୋଟିଏ ସ୍କୁଟିରେ ଗଞ୍ଜେଇ ନେଇ ଆସୁଥିବା ଓ୍ବାଲିପୁର ଗ୍ରାମର ମେଘନାଦ ପଣ୍ଡାକୁ ଅଟକ ରଖି ପଚରାଉଚରା କରିଥିଲେ । ଗାଡିରେ ଥିବା ବସ୍ତାରୁ ଗଞ୍ଜେଇ ବାହାରିବା ପରେ ଅତିରିକ୍ତ ତହସିଲଦାର ରମେଶ ଗୋଛିଙ୍କ ଉପସ୍ଥିତିରେ ଓଜନ କରିବା ପରେ ବସ୍ତାରୁ ୫କେଜି ୯୫୫ ଗ୍ରାମ ଗଞ୍ଜେଇ ବାହାରିଥିଲା । ତେବେ ଗଞ୍ଜେଇ ଆଣି ଆସୁଥିବା ମେଘନାଦକୁ ପୋଲିସ ଗିରଫ କରିବା ସହିତ ସ୍କୁଟି ଜବତ କରି ଥାନାକୁ ଆଣିଛି । ଆଜି ଅପରାହ୍ନରେ ଗିରଫ ବ୍ୟକ୍ତିକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।


0 Comments