ବିଦ୍ୟୁତ ବିଭ୍ରାଟ ନେଇ ରାସ୍ତା ରୋକ ଆନ୍ଦୋଳନ,



ଦଶପଲ୍ଲା ୨୩/୯ ବୁଧବାର ଦଶପଲ୍ଲା- ଭଞ୍ଜନଗର ରାସ୍ତା ର ସିମିଳିସାହି ଛକ ନିକଟରେ ବିଦ୍ୟୁତ ଯୋଗାଣ ଦାବି ନେଇ ରାସ୍ତା ରୋକ ଆନ୍ଦୋଳନ ହୋଇଥିଲା,ଫଳରେ ରାସ୍ତା ରେ ପ୍ରାୟ ସାଢେ ୨ ଘଣ୍ଟା ଯାନବାହାନ ଚଳାଚଳ ବନ୍ଦ ରହିଥିଲା,ବହୁ ସଂଖ୍ୟାରେ ଗାଡିମୋଟର ଦୁଇ ପାର୍ଶ୍ଵରେ ଅଟକି ରହିଥିଲା, ପ୍ରକାଶ ଥାଉକି ଦଶପଲ୍ଲା ବ୍ଲକର ସିମିଳିସାହି ପଂଚାୟତ ରେ ଦୀର୍ଘ ୩ ଦିନ ହେଲା ବିଦ୍ୟୁତ ଲାଇନ ନ ଥିବାରୁ ସମଗ୍ର ଅଂଚଳ ଅନ୍ଧାର ମଧ୍ୟ ରେଵୁଡି ରହିଥିଲା, ଉକ୍ତ ପଂଚାୟତ ର ପ୍ରାୟ ୭ଟି ଗ୍ରାମ ର ଜନସାଧାରଣ ନାହିଁନଥିବା ହ ଇରାଣର ସମ୍ମୁଖୀନ ହୋଇଥିଲେ,ଫଳରେ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଥିଲା,  ଜନସାଧାରଣ ରାସ୍ତା ରୋକ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ, ବିଭିନ୍ନ ସମୟରେ ଲାଇନ ଘଣ୍ଟା ଘଣ୍ଟା ଧରି ଅନ୍ଧାର ମଧ୍ୟ ହୋଇ ରହୁଛି,ଫୋନ କଲେ ବିଦ୍ୟୁତ ବିଭାଗରେ କେହି ଗୁରୁତ୍ୱ ଦେଉ ନଥିବା ଜଣାଯାଏ,ବିଦ୍ୟୁତ ବିଭାଗ ବିଲ କଲେକ୍ସନ ପ୍ରତି ଯେତିକି ଗୁରୁତ୍ୱ ଦେଉଛି,ଲାଇନ ଯୋଗାଣ ପ୍ରତି ଗୁରୁତ୍ବ ଦେଉ ନଥିବା ସହ ମନ ଇଛା କାର୍ଯ୍ୟ କରୁଥିବା ଅଭିଯୋଗ କରିଥିଲେ, ରାସ୍ତା ରୋକ ଖବର ପାଇଁ ଦଶପଲ୍ଲା ଥାନା ଆଇଆଇସି ବିନୟ ରଂଜନ ପରିଡ଼ା ଘଟଣା ସ୍ଥଳରେ ପହଁଚି ଜନସାଧାରଣ ଙ୍କୁ ବୁଝାସୁଝା କରିଥିଲେ, ବିଦ୍ୟୁତ ବିଭାଗ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣଙ୍କୁ ନେଇ ଏକ ବୈଠକ ଉକ୍ତ ପଂଚାୟତରେ ବସିବା ପାଇଁ ନିଷ୍ପତ୍ତି ହୋଇଥିଲା, ଦୀର୍ଘ ସାଢେ ୨ ଘଣ୍ଟା ପରେ ରାସ୍ତା ରୋକରୁ ଜନସାଧାରଣ ଉଠିଥିଲେ,ଯଦି ବିଦ୍ୟୁତ ଯୋଗାଣ ଠିକରେ ନ ହୁଏ ଦେବେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନ କାରିମାନେ ପ୍ରକାଶ କରିଥିଲେ,

Post a Comment

0 Comments