ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗାଁ ଆନୁକୂଲ୍ୟରେ ବ୍ଲକ୍ ସ୍ତରୀୟ ବିଜ୍ଞାନ ଡ୍ରାମା ଅନୁଷ୍ଠିତ ହୋଇଅଛି।

                   ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ମଧ୍ୟରେ ଆଜି ବ୍ଲକ ସ୍ତରୀୟ ଡ୍ରାମା ଅନୁଷ୍ଠିତ ହୋଇଅଜିଛି.ପରିପ୍ରେକ୍ଷୀରେ ନୂଆଗାଁ ବ୍ଲକ୍ ରୁ ୩ ଟି ଡ୍ରାମା ଗ୍ରୁପ୍ ଯଥା ବୀର ଗଡିକେଶ ନୋଡାଲ୍ ହାଇସ୍କୁଲ୍, ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିପୁର ରୁ ଛାତ୍ର ଛାତ୍ରୀ ମାନେ ନିଜର ଗାଇଡ୍ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହ ଅଂଶ ଗ୍ରହଣ କରିଥିଲେ।


ଏହି ସଭାରେ ବିଚାରକ ଭାବେ ବିଜୟ କୁମାର ସାହୁ ଏବଂ ନିଲିମା ଶତପଥୀ ଯୋଗ ଦେଇଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମସେନ ଦାଶ ଙ୍କ ଅଧ୍ୟକ୍ଷତା ରେ ଏକ ସଭା ଆୟୋଜିତ କରାଯାଇ ବିଜ୍ଞାନ ଡ୍ରାମାର ମୁଖ୍ୟ ଅଭିମୁଖ୍ୟ - "ବିଜ୍ଞାନ ଏବଂ ସମାଜ" ଉପରେ ଶିକ୍ଷଣୀୟ ତଥ୍ୟ ପ୍ରଦାନ କରିଥିଲେ।

ସମସ୍ତ ଗ୍ରୁପ୍ ୪ ଟି subtheme ଉପରେ ନିଜର ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମହିପୁର ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ପରିବେଶିତ ନାଟକ ଟି ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତର କୁ ମନୋନୀତ ହୋଇଛି।

Post a Comment

0 Comments