ନୂଆଗାଁ: ନୂଆଗାଁ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ 'ବିଶ୍ୱ ଜଳାତଙ୍କ ଦିବସ - ୨୦୨୪' ପାଳନ ଅବସରରେ ଏକ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆଗାଁ କ୍ଲଷ୍ଟର ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ଶୁଭାଶିଷ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ସଚେତନତା ଶିବିରରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ, କୋରଡ଼ାର ପ୍ରାଣୀ ଧନନିରୀକ୍ଷକ ସୁଶାନ୍ତ କହଁର, ସିପଡ଼ାର ପ୍ରାଣୀ ଧନନିରୀକ୍ଷକ ଶରତ ପଟ୍ଟନାୟକ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଡଃ ପ୍ରିୟଙ୍କା ପ୍ରିୟଦର୍ଶିନୀ ସ୍ୱାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଜଳାତଙ୍କ ଭଳି ଏକ ମାରାତ୍ମକ ରୋଗ ସମ୍ପର୍କରେ ଅବଗତ କରାଇଥିଲେ। ପଶୁ କାମୁଡ଼ିବା ଦ୍ୱାରା କିପରି ଏହି ରୋଗ ବ୍ୟାପିଥାଏ, ଏହାର ମୁଖ୍ୟ କାରଣ ଗୁଡ଼ିକ କ'ଣ ଏବଂ ସଠିକ୍ ସମୟରେ ଟିକାକରଣ ଦ୍ୱାରା କିପରି ଏହାର ନିରାକରଣ କରାଯାଇପାରିବ, ସେ ବିଷୟରେ ସେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହ ନିଜ ପରିବାର ତଥା ପଡୋଶୀଙ୍କୁ ସଚେତନ କରାଇବା ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ।



0 Comments