ପଣସଖାଲ ଡ୍ୟାମ୍‌ର ସ୍ଥିତି ପରଖିଲା କେନ୍ଦ୍ରୀୟ ଟିମ୍



ନୂଆଗାଁ, ୨୭/୯ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବେରୁଆଁବାରୀ ପଞ୍ଚାୟତସ୍ଥିତ ପଣସଖାଲ ଡ୍ୟାମ୍‌ର ବର୍ତ୍ତମାନ ସ୍ଥିତି ଅନୁଧ୍ୟାନ କରିଛି କ୍ଷୁଦ୍ର ଜଳସେଚନ ବିଭାଗର ଏକ କେନ୍ଦ୍ରୀୟ ଟିମ୍। ଟିମ୍‌ର ସଦସ୍ୟମାନେ ଡ୍ୟାମ୍‌ର ବିଭିନ୍ନ ଅଂଶ ବୁଲି ଏହାର ବର୍ତ୍ତମାନ ଅବସ୍ଥା ସମ୍ପର୍କରେ ଯାଞ୍ଚ କରିଥିଲେ।ପରିଦର୍ଶନ ସମୟରେ ନୟାଗଡ଼ ଜିଲ୍ଲା କ୍ଷୁଦ୍ର ଜଳସେଚନ ବିଭାଗର ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଡ୍ୟାମ୍‌ର ବର୍ତ୍ତମାନର ସ୍ଥିତି, ଜଳସେଚନ ବ୍ୟବସ୍ଥା ଓ ଏହାର ଆବଶ୍ୟକ ଉନ୍ନତି ସମ୍ପର୍କରେ ଟିମ୍ ପକ୍ଷରୁ ଅନୁଧ୍ୟାନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଲୋକମାନେ ଡ୍ୟାମ୍‌ର ଉନ୍ନତିକରଣ ଓ ଆବଶ୍ୟକ ମରାମତି ପାଇଁ ଟିମ୍‌ ନିକଟରେ ଦାବି ରଖିଥିଲେ। ଡ୍ୟାମ୍‌ର ଉନ୍ନତି ହେଲେ ଅଞ୍ଚଳର ଜଳସେଚନ ବ୍ୟବସ୍ଥା ସୁଦୃଢ଼ ହେବା ସହ ଚାଷୀମାନେ ଅଧିକ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକମାନେ ମତ ଦେଇଥିଲେ। କେନ୍ଦ୍ରୀୟ ଟିମ୍‌ର ଏହି ପରିଦର୍ଶନ ପରେ ପଣସଖାଲ ଡ୍ୟାମ୍‌ର ଉନ୍ନତିକରଣ ନେଇ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ସେଥିପ୍ରତି ଅଞ୍ଚଳବାସୀଙ୍କ ନଜର ରହିଛି।

Post a Comment

0 Comments