ଖାଲମଡା ଅଙ୍ଗନବାଡି କେନ୍ଦ୍ରରେ ମହାସମାରୋହରେ ପାଳିତ ହେଲା 'ଆଙ୍ଗନ କା ଉତ୍ସବ'

 


ନୂଆଗାଁ: ନୂଆଗାଁ ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ଖାଲମଡା ଗ୍ରାମ ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ଆଜି ଆନନ୍ଦ ଉଲ୍ଲାସର ସହ 'ଅଙ୍ଗନ କା ଉତ୍ସବ' ତଥା ସ୍ୱତନ୍ତ୍ର ଶିଶୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ପ୍ରି-ସ୍କୁଲ୍ ପିଲାମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବେଶ୍ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା।

ଏହି ଅବସରରେ କୁନି କୁନି ପିଲାମାନଙ୍କ ମନୋରଞ୍ଜନ ପାଇଁ ବିଭିନ୍ନ ମଜାଦାର ଖେଳ, ଡ୍ରଇଂ, ବେଲୁନ ଫଟା, ଗୀତ ଓ ନାଚ ଆଦିର ଆୟୋଜନ କରାଯାଇଥିଲା। ଏଥିସହ ପିଲାମାନଙ୍କ ଦାଦା-ଦାଦୀ (ଜେଜେବାପା-ଜେଜେମା) ମାନେ ଉପସ୍ଥିତ ରହି ସେମାନଙ୍କୁ ସୁନ୍ଦର ସୁନ୍ଦର ଗପ ଶୁଣାଇଥିଲେ।

କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ତଥା ସ୍ୱାସ୍ଥ୍ୟ ସଚେତନତା ପାଇଁ ସେମାନଙ୍କୁ 'ମୋ ବିକାଶ ପତ୍ର' ଏବଂ ସ୍ୱାସ୍ଥ୍ୟ ରକ୍ଷା ପାଳନ ସମ୍ପର୍କିତ ବୁକ୍‌ଲେଟ୍ ବଣ୍ଟନ କରାଯିବା ସହ ଏହାର ଉପଯୋଗିତା ବିଷୟରେ ବୁଝାଯାଇଥିଲା। ପିଲାମାନଙ୍କ ପୁଷ୍ଟିସାଧନ ଉପରେ ଗୁରୁତ୍ୱ ଦିଆଯାଇ ସେମାନଙ୍କୁ ରୁଟି, ସ୍ଥାନୀୟ ଋତୁକାଳୀନ ଫଳ, କଦଳୀ, ଉଷୁନା ଚୁଡ଼ା ଏବଂ ମାଣ୍ଡିଆ ବିସ୍କୁଟ୍ ପ୍ୟାକେଟ୍ ଆଦି ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇଥିଲା।

ଏହି ଉତ୍ସବ ପାଇଁ ଅଙ୍ଗନବାଡି କେନ୍ଦ୍ରକୁ ବେଶ୍ ଆକର୍ଷଣୀୟ ଭାବରେ ସାଜସଜ୍ଜା କରାଯାଇଥିଲା। ଏହାବ୍ୟତୀତ ଅଭିଭାବକମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ନିଜ ପିଲାମାନଙ୍କ ପାଇଁ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣିଥିଲେ, ଯାହା ଏହି ଉତ୍ସବର ସଫଳତାକୁ ଆହୁରି ବଢ଼ାଇ ଦେଇଥିଲା।ଅଙ୍ଗନବାଡିକେନ୍ଦ୍ରର ଦିଦି ବୀଣାପାଣି ସ୍ଵାଇଁ ସୂଚାରୁରୂପେ ଉତ୍ସବ' ଆୟୋଜନ କରିଥିଲେ । ମୁଖ୍ୟ ଅତିଥି ଭାବେ ନୂଆଗାଁ ସରପଞ୍ଚ ଅମିତ ପରିଡା ଯୋଗଦେଇ ଥିଲେ ।

Post a Comment

0 Comments