ଦଶପଲ୍ଲା ୨୨/୯ ଦଶପଲ୍ଲା ବ୍ଲକ ର ଆଦିବାସୀ ବହୁଳ ନୂଆଗାଁ ପଂଚାୟତରେ ଦଶପଲ୍ଲା ପ୍ରଶାସନ ତରଫରୁ ଗାଁ ରେ ଆପତ୍ତି ଅଭିଯୋଗ ଶୁଣାଣି ଶିଵିର ଅନୁଷ୍ଠିତ ହୋଇଥିଲା, ନୂଆଗାଁ ପଂଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଶିବିରରେ ଦଶପଲ୍ଲା ବ୍ଲକ ଵି ଡି ଓ ଶରତ କୁମାର ମଲ୍ଲିକ, ଅତିରିକ୍ତ ତହସିଲଦାର ଚନ୍ଦ୍ର ଶେଖର ବାରିକ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ତନୁଜା ସ୍ବାଇଁ , ପଂଚାୟତ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ନାୟକ ସମେତ ବ୍ଲକ ଏବଂ ତହସିଲ ର ସରକାରୀ କର୍ମଚାରୀ ମାନେ ଯୋଗଦାନ କରିଥିଲେ,ଏହି ଶିବିରରେ ମୋଟ ୬୧ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା,ସେଥି ମଧ୍ୟରୁ ପେନସନ ୧୩ ଟି,ରୁରାଲ ହାଉସି°୧୨ଟି, ବସୁନ୍ଧରାର ୨୬ ଟି, ସ୍କୁଲ ର ୪ ଟି ଏବଂ ଅନ୍ୟାନ୍ୟ ୬ଟି ଅଭିଯୋଗ ଆସିଥିଲା,ତେବେ ତୁରନ୍ତ ୭ଟି ଅଭିଯୋଗ ର ସମାଧାନ କରାଯାଇଥିଲା, ଅନ୍ୟ ଅଭିଯୋଗ ଗୁଡ଼ିକୁ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାଯାଇଛି,
ଉକ୍ତ ଶିବିରରେ ଆଦିବାସୀ ବହୁଳ ଅଂଚଳର ବହୁ ଜନସାଧାରଣ ଯୋଗଦାନ କରିଥିଲେ ବୋଲି ବ୍ଲକ ସୂତ୍ରରୁ ଜଣାଯାଇଛି,


0 Comments