ସାମ୍ବାଦିକ ଭବନର ନୂତନ କର୍ମକର୍ତ୍ତା ଚୟନ: ରଜତ ପଟ୍ଟନାୟକ ସଭାପତି ଓ ଅନୱାର ଅଲ୍ଲୀ ସମ୍ପାଦକ ମନୋନୀତ
ନୟାଗଡ ଜିଲା ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକରେ ଆଗାମୀ କାର୍ଯ୍ୟକାଳ ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ସମସ୍ତ ସଭ୍ୟଙ୍କ ସର୍ବସମ୍ମତିକ୍ରମେ ଗଠିତ ଏହି କମିଟିରେ ରଜତ ପଟ୍ଟନାୟକଙ୍କୁ ସଭାପତି ତଥା ଅନୱାର ଅଲ୍ଲୀଙ୍କୁ ସମ୍ପାଦକ ଭାବେ ନିର୍ବାଚିତ କରାଯାଇଛି।
ଅନୁଷ୍ଠିତ ବୈଠକର ନିଷ୍ପତ୍ତି ଅନୁଯାୟୀ, ଉପସଭାପତି ଭାବେ ପ୍ରଶାନ୍ତ କୁମାର ଜେନା, ଯୁଗ୍ମ ସମ୍ପାଦକ ଭାବେ ସନ୍ତୋଷ କୁମାର ନାୟକ ଏବଂ କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି।
ଏଥିସହିତ ୮ ଜଣିଆ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି। କାର୍ଯ୍ୟକାରିଣୀ ସଦସ୍ୟ ଭାବେ:
ଅଶୋକ କୁମାର ସାଥୁଆ
ବାସୁଦେବ ମହାନ୍ତି
ମହେଶ ମିଶ୍ର
ରସାନନ୍ଦ ସ୍ୱାଇଁ
ଦିନମଣୀ ମହାନ୍ତି
କୈଳାଶ ଚନ୍ଦ୍ର ସିଅ
ରବୀନ୍ଦ୍ର ଦାଶ
ଗଗନ ମହାପାତ୍ର
ସାମ୍ବାଦିକମାନଙ୍କ ସ୍ୱାର୍ଥରକ୍ଷା, ସୁରକ୍ଷା, ପାରସ୍ପରିକ ସହଯୋଗ ଏବଂ ସାମ୍ବାଦିକ ଭବନର ସର୍ବାଙ୍ଗୀନ ବିକାଶ ଦିଗରେ ନୂତନ କମିଟି ସର୍ବଦା ଯତ୍ନବାନ ରହିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି। ଏହି ଅବସରରେ ନୂତନ କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।


0 Comments