ମହିପୁର, ୮/୯: ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିପୁର ଜୋନ୍ରେ ମଙ୍ଗଳବାରଠାରୁ ଦୁଇଦିନିଆ ଜୋନାଲ୍ ସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ଆରମ୍ଭ ହୋଇଛି। ମହିପୁର ଜୋନ୍ର ୬ଟି ବିଦ୍ୟାଳୟରୁ ମୋଟ ୧୬୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାରେ ଅଂଶଗ୍ରହଣ କରିଛନ୍ତି।
କ୍ରୀଡ଼ା ପ୍ରତିଯୋଗିତାର ଉଦ୍ଘାଟନୀ ଅବସରରେ ନୂଆଗାଁ ବ୍ଲକ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଗିରିଜା ଶଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମହିପୁର ଜୋନ୍ର ସଭାପତି ଶ୍ରୀ ନିରଞ୍ଜନ ଦାସ ଏବଂ ବ୍ଲକ୍ ସ୍କୁଲ୍ ସ୍ପୋର୍ଟସ୍ ସେକ୍ରେଟାରୀ ଶ୍ରୀ ପ୍ରଶାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ନୂଆଗାଁ ବ୍ଲକ୍ର ୩ଟି ଜୋନ୍ରେ ଏକାସାଙ୍ଗରେ ଜୋନାଲ୍ ସ୍ତରୀୟ ବିଦ୍ୟାଳୟ କ୍ରୀଡ଼ା ଚାଲିଥିବାବେଳେ ମହିପୁର ଜୋନ୍ରେ ମଧ୍ୟ ବିଭିନ୍ନ ଖେଳରେ ଛାତ୍ରଛାତ୍ରୀମାନେ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରୁଛନ୍ତି।
ଜୋନାଲ୍ ସ୍ତରରେ ବିଭିନ୍ନ ଖେଳରେ ଉତ୍କୃଷ୍ଟ ପ୍ରଦର୍ଶନ କରି ମନୋନୀତ ହେଉଥିବା ଖେଳାଳିମାନେ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକ୍ ସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହାକୁ ନେଇ ଖେଳାଳି, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

.jpg)

0 Comments