ନୂଆଗାଁ ବ୍ଲକରେ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଆରମ୍ଭ: ଲୋକଙ୍କ ଦୁଆରମୁହଁରେ ପ୍ରଶାସନ


ନୂଆଗାଁ: ସାଧାରଣ ଲୋକଙ୍କ ସମସ୍ୟା ଓ ଅଭିଯୋଗର ତ୍ୱରିତ ସମାଧାନ ତଥା ପ୍ରଶାସନିକ ସେବାକୁ ଲୋକଙ୍କ ଦୁଆରମୁହଁରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଆଜିଠାରୁ ନୂଆଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।


ଏଣିକି ପ୍ରତ୍ୟେକ ସୋମବାର ବ୍ଲକ ମୁଖ୍ୟାଳୟରେ ଏହି ଶୁଣାଣି ଅନୁଷ୍ଠିତ ହେବ। ଏହାଦ୍ୱାରା ଲୋକଙ୍କ ନିକଟରେ ପ୍ରଶାସନ ସିଧାସଳଖ ପହଞ୍ଚିବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ୟାର ତୁରନ୍ତ ସମାଧାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଜିର ଏହି ଶୁଣାଣି ଶିବିରରେ ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ନାୟକ, ଏବିଡିଓ (ABDO) ମୀନକେତନ ବେହେରାଙ୍କ ସମେତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।

ଆଜିର ଶିବିରରେ ବିଭିନ୍ନ ସମସ୍ୟାକୁ ନେଇ ସର୍ବମୋଟ ୧୮ଟି ଅଭିଯୋଗ ଆସିଥିବା   ରାସନ କାର୍ଡ ସମ୍ବନ୍ଧୀୟ: ୧୧ଟି, ଉନ୍ନୟନ ବିଭାଗ: ୩ଟି,ପେନସନ/ଭତ୍ତା: ୧ଟି,ଗ୍ରାମୀଣ ଗୃହ ନିର୍ମାଣ (ଆବାସ): ୧ଟିସୁଭଦ୍ରା ଯୋଜନା: ୧ଟିଅନ୍ୟାନ୍ୟ ଅଭିଯୋଗ: ୧ଟି ଅଭିଯୋଗ ଗ୍ରହଣ କରାଯାଇଥିଲା.

Post a Comment

0 Comments