ଦଶପଲ୍ଲା NACରେ ଆଜି ଅନୁଷ୍ଠିତ ହେବ ଭବ୍ୟ "ହର ଘର ତ୍ରିରଙ୍ଗା" ପଦଯାତ୍ରା
ନୟାଗଡ/ଦଶପଲ୍ଲା ୧୩/୦୮ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ଦେଶପ୍ରେମର ବାର୍ତ୍ତାକୁ ଜନମାନସରେ ପହଞ୍ଚାଇବା ପାଇଁ ଆଜି ଅର୍ଥାତ୍ ୧୪.୦୮.୨୦୨୬ (ଶୁକ୍ରବାର) ଦଶପଲ୍ଲା ଏନଏସି ଅଞ୍ଚଳରେ ଏକ ଭବ୍ୟ "ହର ଘର ତ୍ରିରଙ୍ଗା" ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମକୁ ବ୍ୟାପକ ସଫଳ କରିବା ପାଇଁ ଦଶପଲ୍ଲା ଏନଏସି ମଣ୍ଡଳ ସଭାପତି ମନୋଜ ସାହୁ ସମସ୍ତ ବର୍ଗର ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳ ଠିକ୍ ୯:୦୦ ଘଟିକା ସମୟରେ ସ୍ଥାନୀୟ ପ୍ରସିଦ୍ଧ ମହାବୀର ମନ୍ଦିର ପ୍ରାଙ୍ଗଣରୁ ଏହି ପଦଯାତ୍ରାର ଶୁଭାରମ୍ଭ କରାଯିବ। ଏହାପରେ ଦେଶଭକ୍ତି ସଙ୍ଗୀତ ଓ ତ୍ରିରଙ୍ଗା ପତାକା ସହ ଏହି ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ମେଳିଆ ପଡ଼ିଆଠାରେ ପହଞ୍ଚିବ। ଏହି ଭବ୍ୟ ପଦଯାତ୍ରା କାର୍ଯ୍ୟକ୍ରମରେ ଦଶପଲ୍ଲାର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ବିଜେପି ନେତା ରାଘବ ମଲ୍ଲିକ, NAC ମଣ୍ଡଳ ସଭାପତି ମନୋଜ ସାହୁ, ବାଣୀଗୋଛା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଶରୀଗଣ୍ଡା ମଣ୍ଡଳ ସଭାପତି ମାନସ ନାୟକ ଏବଂ ମଧ୍ୟଖଣ୍ଡ ମଣ୍ଡଳ ସଭାପତି ଭାଗ୍ୟଲକ୍ଷ୍ମୀ ଦାସଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ନେତୃବୃନ୍ଦ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

0 Comments