ମହାନଦୀ ପବ୍ଲିକ ସ୍କୁଲ ତରଫରୁ ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ,କୁନି କୁନି ଛାତ୍ରଛାତ୍ରୀ ବାଣ୍ଟିଲେ ସଚେତନତା ବାର୍ତ୍ତା
ଗଣିଆ ୧୪/୦୮(ସରୋଜ କୁମାର ଦାଶ) ଝିପି ଝିପି ବର୍ଷାକୁ ଖାତିର ନକରି କୁନି କୁନି ପିଲାମାନେ ବାଣ୍ଟିଲେ ସଚେତନତାର ବାର୍ତା । ହାତରେ ଖଣ୍ଡିଏ ଖଣ୍ଡିଏ ଜାତୀୟ ପତାକା ଧରି ଶୋଭାଯାତ୍ରା କରିବା ସହିତ ଦେଶ ମାତୃକା ପାଇଁ ସ୍ଳୋଗାନ ଦେଇଥିଲେ । ଗଣିଆରେ ଥିବା ବେସରକାରୀ ଇଂରାଜୀ ବିଦ୍ୟାଳୟ ମହାନଦୀ ପବ୍ଲିକ ସ୍କୁଲର ୩ ବର୍ଷରୁ ଅଧିକ ବୟସର ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ । ଗଣିଆର ବିଭିନ୍ନ ସାହି, ବଜାର ପରିକ୍ରମା କରିବା ପରେ ବଜାରରେ ଥିବା ମହାତ୍ମା ଗାନ୍ଧୀଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଜୀବନକୁ ଠିକ୍ ଭାବେ ବୁଝିନଥିବା ଏହି କୁନି କୁନି ଛାତ୍ରଛାତ୍ରୀ ମାନଙ୍କର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅୟନ ଫାଉଣ୍ଡେସନର ମୁଖ୍ୟ ଟ୍ରଷ୍ଟି ତଥା ବିଦ୍ୟାଳୟର ସମ୍ପାଦକ ପଙ୍କଜ କୁମାର ସାହୁ, ଅଧ୍ୟକ୍ଷା ସ୍ନେହଲତା ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ସୁରେଶ କୁମାର ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ ଉପସ୍ଥିତ ଥିଲେ । ଝିପି ଝିପି ବର୍ଷାକୁ ଖାତିର ନକରି ଏହି କୁନି କୁନି ପିଲାମାନେ ୮୦ ତମ ସ୍ବାଧିନତା ଦିବସ ପାଳନ ପୂର୍ବରୁ ଏହି କାର୍ଯ୍ୟକ୍ରମ ପାଳନ କରିଛନ୍ତି । ଗଣିଆରେ ଏକମାତ୍ର ସ୍କୁଲ ଭାବରେ ଏହି ବିଦ୍ୟାଳୟ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି । ବିଦ୍ୟାଳୟର ଏଭଳି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରାଯାଇଛି ।

0 Comments