କାପ୍ତାପଲ୍ଲୀରେ ବିଶ୍ୱ ଆଦିବାସୀ ଦିବସ ପାଳିତ

 କାପ୍ତାପଲ୍ଲୀରେ ବିଶ୍ୱ ଆଦିବାସୀ ଦିବସ ପାଳିତ



ନୂଆଗାଁ: କାପ୍ତାପଲ୍ଲୀସ୍ଥିତ ମା' ଘାଗୁଡ଼ିଦେବୀ ୟୁଥ୍ କ୍ଲବ୍ ପରିସରରେ ବିଶ୍ୱ ଆଦିବାସୀ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କନଡ଼ିଗୁଡ଼ା ଆଦିବାସୀ ହିତକାରୀ ସଂଗଠନର ଆବାହକତ୍ୱରେ ଏବଂ ମା' ଘାଗୁଡ଼ିଦେବୀ ୟୁଥ୍ କ୍ଲବ୍‌ର ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଆଦିବାସୀ ସମାଜର ମୌଳିକ ଅଧିକାର, ନିଜର ସମୃଦ୍ଧ ଭାଷା ଓ ସଂସ୍କୃତିର ସୁରକ୍ଷା ଏବଂ ସମାଜର ମୁଖ୍ୟ ଧାରାରେ ସାମିଲ ହୋଇ କିପରି ଆଗକୁ ବଢ଼ିପାରିବେ, ସେ ସମ୍ପର୍କରେ ଗହନ ଆଲୋଚନା ହୋଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମା' ଘାଗୁଡ଼ିଦେବୀ ୟୁଥ୍ କ୍ଲବ୍‌ର ସଭାପତି  ତଥା ଗୁମି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ସଂଜୀବ କୁମାର ଡାକୁଆ ଯୋଗଦେଇ ଆଦିବାସୀ ସମାଜର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ।
ଏହି ବୈଠକରେ ଦଶପଲ୍ଲା ଆବାହକ, କୁରାଗଡୁ ଗ୍ରାମର ସୂର୍ଯ୍ୟମଣି ଯାନୀ, ଯୁବ ସାମ୍ବାଦିକ ପ୍ରଦୀପ୍ତ କୁମାର ଯାନୀଙ୍କ ସମେତ ଦଶପଲ୍ଲା ଓ ନୂଆଗାଁ ବ୍ଲକ୍‌ର ବହୁ ଆଦିବାସୀ ମୁଖିଆ ଓ ସଭ୍ୟ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Post a Comment

0 Comments