ନାୟଗଡ଼ ଜିଲ୍ଲା କାର୍ଯ୍ୟାଳୟର ସଦଭାବନା ସଭା ଗୃହରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଯୌତୁକ ନିଷେଧ ଅଧିନିୟମ-୧୯୬୧ ସମ୍ବନ୍ଧୀୟ ଏକ ଜିଲ୍ଲାସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ନୟାଗଡ଼ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ,ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣାଦେବ ସମାଦାର, ଡି ଏଲ ଏସ ଏ ସଚିବ ଅଞ୍ଜଳୀ ମଛଖଣ୍ଡ, ଡେପୁଟି କଲେକ୍ଟର ତପାତି ରାଜ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟଶ୍ରୀ ପଟନାୟକ,ପିଓ କମ୍ ପିଓ ସଞ୍ଜୁଲତା ପାଣିଗ୍ରାହୀ ଓ ଜିଲ୍ଲା ମହିଳା ସଶକ୍ତି କାରଣ ହବ୍ (DHEW) ର ସଂଯୋଜକ ସୌମ୍ୟ ରଞ୍ଜନ ଦାଶ ଉପସ୍ଥିତ ଥିଲେ।
ତାଲିମ ଶିବିରରେ ଜିଲ୍ଲାର ସମସ୍ତ CDPO, LS, DSO, DPO, DSSO ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନଙ୍କ ସମେତ ପ୍ରାୟ ୬୦ ଜଣ ଅଂଶଗ୍ରହଣକାରୀ ଯୋଗଦେଇଥିଲେ। ଯୌତୁକ ନିଷେଧ ଅଧିନିୟମର ବିଭିନ୍ନ ସଂଶୋଧନ, ଆଇନଗତ ବ୍ୟବସ୍ଥା, ଅଭିଯୋଗ ପଞ୍ଜୀକରଣ, ମହିଳା ସୁରକ୍ଷା, ସଚେତନତା ସୃଷ୍ଟି ଓ ଯୌତୁକ ପ୍ରଥା ନିରାକରଣରେ ପ୍ରଶାସନର ଭୂମିକା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଜିଲ୍ଲାପାଳ ମଧୁମିତା ରଥ ତାଙ୍କ ଉଦ୍ବୋଧନରେ ଯୌତୁକ ପ୍ରଥାକୁ ସମାଜ ପାଇଁ ଏକ ଅଭିଶାପ ବୋଲି ଉଲ୍ଲେଖ କରି ଏହାର ସମୂଳ ନିରାକରଣ ପାଇଁ ସମସ୍ତ ବିଭାଗକୁ ସମନ୍ୱିତ ଭାବେ କାମ କରିବାକୁ ଆହ୍ୱାନ ଜଣାଇଥିଲେ। ସେ କହିଥିଲେ ଯେ ଆଇନ ସହିତ ସଚେତନତା ଓ ସାମାଜିକ ଭାଗୀଦାରି ମାଧ୍ୟମରେ ମାତ୍ର ଯୌତୁକମୁକ୍ତ ସମାଜ ଗଠନ ସମ୍ଭବ।


0 Comments