ଲଗାଣ ବର୍ଷାରେ ୫୭ ନମ୍ବର ଜାତୀୟ ରାଜପଥରେ ଉପୁଡ଼ି ପଡ଼ିଲା ଗଛ: ନୂଆଗାଁ ଅଗ୍ନିଶମ ବାହିନୀ ଦ୍ୱାରା ରାସ୍ତା ସଫା, ଯାତାୟାତ ସ୍ୱାଭାବିକ

 


ନୂଆଗାଁ: ଲଗାଣ ବର୍ଷା ଯୋଗୁଁ ୫୭ ନମ୍ବର ଜାତୀୟ ରାଜପଥ ସଂପଡା ସ୍କୁଲ ସମ୍ମୁଖରେ ଦୁଇଟି ବିଶାଳ ଗଛ ଉପୁଡ଼ି ପଡ଼ିବାରୁ ଦୀର୍ଘ ସମୟ ଧରି ରାସ୍ତାରୋକ ହୋଇ ରହିଥିଲା। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା।

ଖବର ପାଇ ନୂଆଗାଁ ଅଗ୍ନିଶମ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଅଗ୍ନିଶମ କେନ୍ଦ୍ର ଅଧିକାରୀ (OIC) ଅଜୟ କୁମାର ମହାନ୍ତିଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ସୁଚିତ୍ରା ବଳିୟାରସିଂହ, ଜନ୍ମେଜୟ ନାୟକ, କୃତିବାସ ଓଝା ଏବଂ ଏଫଏଫଡି (FFD) ସଞ୍ଜୀବ କୁମାର ଦାସ ପାୱାର କଟର ସାହାଯ୍ୟରେ ରାସ୍ତାରେ ପଡ଼ିଥିବା ବିଶାଳ ଡିମିରି ଓ ଚକୁଣ୍ଡା ଗଛକୁ କାଟି ରାସ୍ତାରୁ ହଟାଇଥିଲେ।

ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ରାସ୍ତାରୁ ଗଛ ହଟିବା ସହ ୫୭ ନମ୍ବର ଜାତୀୟ ରାଜପଥରେ ପୁଣି ଥରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଛି। ଅଗ୍ନିଶମ ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ତଥା ଯାତ୍ରୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Post a Comment

0 Comments