ନୂଆଗାଁ ପଞ୍ଚାୟତ ସମିତି ତ୍ରୟୋଦଶ ସାଧାରଣ ଅଧିବେଶନ




ନୂଆଗାଁ, ୨୧/୮ : ନୂଆଗାଁ ପଞ୍ଚାୟତ ସମିତିର ତ୍ରୟୋଦଶ ସାଧାରଣ ଅଧିବେଶନ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଛି। ବୈଠକରେ ବାହାଡ଼ାଝୋଲା ଦଧିବାମନଜୀଉ କଲେଜର ଲାଇବ୍ରେରୀ ଗୃହ ନିର୍ମାଣ, ବାଲଣ୍ଡା-ଶିମିଳିସାହି, ଅଭୟପୁର-ପୋକସୁଙ୍ଗା ଓ ସୋରଡ଼ା-ଗୌଡ଼ଚାଞ୍ଚରାପଲ୍ଲୀ ରାସ୍ତା କାମରେ ବିଳମ୍ବ ନେଇ ସରପଞ୍ଚମାନେ ପ୍ରଶ୍ନ ଉଠାଇଥିଲେ। ବାହାଡ଼ାଝୋଲା ଅଞ୍ଚଳରେ ଶିକ୍ଷକ ଅଭାବ, ଶିକ୍ଷା, ଆବାସ ଓ ଭତ୍ତା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଡିଓ ଡ. ଅମୃତ କୁମାର ରାଉଳ, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା, ଅତିରିକ୍ତ ତହସିଲଦାର ଭବାନୀ ଶଙ୍କର ନାୟକ, ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳବେହେରା, ଜସ୍ମିନ ଦାସଙ୍କ ସମେତ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।


Post a Comment

0 Comments