ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ


ନୂଆଗାଁ ବ୍ଲକ ପରିସରରେ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ମାଧ୍ୟମରେ ଅଞ୍ଚଳର ବହୁ ସଂଖ୍ୟକ ଭିନ୍ନକ୍ଷମ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇପାରିବେ।


ବର୍ତ୍ତମାନ ସୁଦ୍ଧା ଏହି ଶିବିରରେ ଯୋଗଦେବା ପାଇଁ ୧୪୫ ଜଣ ଭିନ୍ନକ୍ଷମ ଅନଲାଇନ୍ ମାଧ୍ୟମରେ ଆବେଦନ କରିସାରିଛନ୍ତି। ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଅଧିକରୁ ଅଧିକ ହିତାଧିକାରୀଙ୍କ ପାଖରେ ସେବା ପହଞ୍ଚାଇବା ଲକ୍ଷ୍ୟରେ ବ୍ଲକର ଦୁଇଟି ପୃଥକ ସ୍ଥାନରେ ଶିବିର ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ଅଗଷ୍ଟ ୧୮ ତାରିଖରେ ନୂଆଗାଁ ବ୍ଲକ ସଦରମହକୁମାରେ ଏବଂ ସେପ୍ଟେମ୍ବର ୧୮ ତାରିଖରେ ବାହାଡ଼ାଝୋଲାରେ ଏହି ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଏଥିରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ସହ ଅନ୍ୟାନ୍ୟ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇ ଦିଆଯିବ।


ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ଵର୍ଣ୍ଣସାରିକା ଜେନାଙ୍କ ସଂଯୋଜନା ଓ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ବିଡିଓ ଡ. ଅମୃତ କୁମାର ରାଉଳଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

Post a Comment

0 Comments