ଅଗଷ୍ଟ କ୍ରାନ୍ତି ଦିବସ ପାଳନ
ଦଶପଲ୍ଲା ୯/୮ ମଧ୍ୟଖଣ୍ଡସ୍ଥ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ପୀଠ ଠାରେ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ହୋଇଯାଇଛି। ପୂଜ୍ୟପୂଜା ସମିତି ପକ୍ଷରୁ ପାଳିତ କାର୍ଯ୍ୟକ୍ରମରେ ଯୁବ ଛାତ୍ର ତଥା ବୁଦ୍ଧିଜୀବୀ ମାନେ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ପ୍ରଦାନ କରାଯିବା ପରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଆମ ଦେଶର ସ୍ୱାଧୀନତା ସଂଗ୍ରାମର ଗୌରବମୟ ଇତିହାସ ସହିତ ମଧ୍ୟଖଣ୍ଡର ସ୍ୱାଧୀନତା ସଂଗ୍ରାମୀମାନେ କିଭଳି ଗାନ୍ଧିଜୀଙ୍କ ଡାକରାରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ବିଭିନ୍ନ ଅତ୍ୟାଚାର ତଥା ନିର୍ଯାତନାର ଶିକାର ହୋଇ ଥିଲେ ଆଲୋଚକ ମାନେ ସ୍ମୃତି ଚରଣ କରିଥିଲେ। ସଂଗ୍ରାମୀ ମାନଙ୍କ ସଂଗ୍ରାମ ଓ ବଳିଦାନ ବ୍ୟର୍ଥ ଯାଏନି। ସେମାନଙ୍କ ତ୍ୟାଗ ଫଳରେ ଦେଶ ବିଦେଶୀଙ୍କ କବଳରୁ ମୁକ୍ତିଲାଭ କରିଛି ।ସେଇ କଷ୍ଟଲବ୍ଧ ସ୍ୱାଧୀନତାକୁ ସୁରକ୍ଷା ଦେବା ଆଜିର ନାଗରିକ ବିଶେଷକରି ଯୁବ ସମାଜର ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଥିଲା। ଏହିକର୍ଯ୍ୟକ୍ରମରେ ପୂଜ୍ୟପୂଜା ସମିତିର ସଭାପତି ବରିଷ୍ଠ ଆଇନଜିବୀ ଶରତ ଚନ୍ଦ୍ର ବେହେରା, ସଂମ୍ପାଦକ ପୂର୍ଣ୍ଣଚନ୍ଦ୍ର ସାହୁ, ସମିତିର କୋଷାଧ୍ୟକ୍ଷ ଦୟାନିଧି ସାହୁ ,ଅଗ୍ରଣୀ ସଦସ୍ୟ ଅବସରପ୍ରାପ୍ତ ସୈନିକ ସରୋଜ କୁମାର ପଣ୍ଡା, ଦୀପ୍ତିରଞ୍ଜନ ରଥ, ରବୀନ୍ଦ୍ର ମହାରଣା, ଅବସରପ୍ରାପ୍ତ ଶିକ୍ଷକ ଦେବରାଜ ମିଶ୍ର ଓ ନବକିଶୋର ସାହୁ,ମଧ୍ୟଖଣ୍ଡ ହାଇସ୍କୁଲର ପରିଚାଳନା କମିଟି ସଭାପତି ମଧୁସୂଦନ ଦାସ , ଯୁବ ପ୍ରତିଭା ବିଶ୍ୱମ୍ବର ରଣା ସମେତ ସ୍କୁଲ ଓ କଲେଜର ଅନେକ ଛାତ୍ର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

0 Comments