ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁରେମାଧ୍ୟାରର ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି.ଶିକ୍ଷାରେ ବିକାଶ ଆଣିବା ପାଇଁ ବ୍ଲକସ୍ତରୀୟ ସମୀକ୍ଷା ବୈଠକ ନୂଆଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁରେ ଅନୁଷ୍ଠିତ ହୋଇଯାଇଛି।
ସମୀକ୍ଷା ବୈଠକରେ ଅତିରିକ୍ତ ଶିକ୍ଷା ଅଧିକାରୀ ରଘୁନାଥ ମଲ୍ଲିକ, ପି.ଏମ୍.ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ଦାସ, ବି.ଇ.ଓ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ, କ୍ଲଷ୍ଟରର ସିଆର୍ସିସି ଏବଂ ଆପାର ଆଇ.ଡି. (APAAR ID) ରେ ସଫଳତା ଅର୍ଜନ କରିଥିବା:ସୂର୍ଯ୍ୟମଣି ପଣ୍ଡା – ପ୍ରଧାନଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ବକଳବନ୍ଧପୂର୍ଣ୍ଣଚନ୍ଦ୍ର ମଲ୍ଲିକ – ପ୍ରଧାନଶିକ୍ଷକ, ଗୋଳଗୋଳା ଉପରସାହି ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟ
ଗତିକୃଷ୍ଣ ପ୍ରଧାନ – ପ୍ରଧାନଶିକ୍ଷକ, ରାଜପୁର ଢାଲିଆମଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଦିଲ୍ଲୀପ କୁମାର ମଲ୍ଲିକ – ପ୍ରଧାନଶିକ୍ଷକ, ତୋଟାସାହି ପ୍ରାଥମିକ ବିଦ୍ୟାଳୟସୁଧୀର କୁମାର ପ୍ରଧାନ – ପ୍ରଧାନଶିକ୍ଷକ, ସରକାରୀ ପ୍ରାଥମିକ ବିଦ୍ୟାଳୟ, ମାଇଛେଳିପ୍ରମୁଖ ଯୋଗଦାନ ଦେଇଥିଲେ। ଉକ୍ତ ପାଞ୍ଚଜଣ ପ୍ରଧାନଶିକ୍ଷକଙ୍କୁ ବ୍ଲକ ଶିକ୍ଷାଅଧିକାରୀ ସମ୍ବର୍ଦ୍ଧିତ କରିଥିଲେ। ଏତଦ୍ବ୍ୟତୀତ ପୂର୍ବତନ ସି.ଆର୍.ସି.ସି. ଅଶୋକ କୁମାର ପଣ୍ଡାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ବୈଠକକୁ ଦୁରୁଦୁରା ସି.ଆର୍.ସି.ସି. ଶ୍ରୀଧର ବେହେରା ପରିଚାଳନା କରିଥିବା ବେଳେ ବେରୁଆଁବାରୀ ସି.ଆର୍.ସି.ସି. ପ୍ରମୋଦ କୁମାର ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ।
See less

0 Comments