ଦଶପଲ୍ଲା ଯୁବମୋର୍ଚ୍ଚା ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ହର ହର ତୀରଙ୍ଗା’ କାର୍ଯ୍ୟକ୍ରମ .ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ‘ଏକ ତୀରଙ୍ଗା, ଏକନିଶାନ, ଏକଦେଶ, ଏକସମ୍ମାନ’ର ଭାବନାକୁ ଆଖିଆଗରେ ରଖି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମର ବାର୍ତ୍ତା ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ତଥା ବିଜେପି ନେତା ରାଘବ ମଲିକ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଗଣିଆ ମଣ୍ଡଳ ସଭାପତି, ଗଣିଆ ମଣ୍ଡଳ ପ୍ରଭାରୀ ଅଞ୍ଜନ ଦାସଙ୍କ ସମେତ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜାତୀୟ ଏକତା, ଦେଶପ୍ରେମ ଓ ତ୍ରିରଙ୍ଗା ପ୍ରତି ସମ୍ମାନର ବାର୍ତ୍ତା ପ୍ରତିଫଳିତ ହୋଇଥିଲା।

0 Comments