ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁ ପରିଦର୍ଶନ କଲେ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀ



ନୂଆଗାଁ: ନୂଆଗାଁ ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଆଜି ମାନ୍ୟବର ଜିଲ୍ଲାପାଳ ମଧୁମିତା ରଥ ଅଚାନକ ପରିଦର୍ଶନ କରିଛନ୍ତି। ଏହି ଗସ୍ତ ସମୟରେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରିଣୀ ବନାଲତା ବେହେରା  (ADEO), ବ୍ଲକ ଶିକ୍ଷା ଅଧିକାରୀ ଡ଼ . ଗିରିଜା ଶଙ୍କର ମହାପାତ୍ର (BEO) ଏବଂ ଉଭୟ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଜୋଛଣାରଣୀ ସେଠୀ   (ABEO) ପ୍ରମୁଖ ଉପସ୍ଥିତ ଥିଲେ।ଦିନ ୧୨:୩୦ ରୁ ଅପରାହ୍ନ ୨:୦୦ ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଦୀର୍ଘ ପରିଦର୍ଶନ କାଳରେ ଜିଲ୍ଲାପାଳ ମହୋଦୟା ବିଦ୍ୟାଳୟର ବିଭିନ୍ନ ବିଭାଗ ଓ କାର୍ଯ୍ୟକ୍ରମର ତନ୍ନ ତନ୍ନ ଯାଞ୍ଚ କରିଥିଲେ: ଶ୍ରେଣୀଗୃହ ଓ ଶିକ୍ଷାଦାନ: ଶ୍ରେଣୀଗୃହକୁ ଯାଇ ସ୍ମାର୍ଟ କ୍ଲାସ୍, ପାଠପଢ଼ା ଏବଂ 'ଦୀପା' (DIPA) କାର୍ଯ୍ୟକ୍ରମର ଅଗ୍ରଗତି ନିରୀକ୍ଷଣ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।ପାଠାଗାର ଓ ଭିତ୍ତିଭୂମି:


ବିଦ୍ୟାଳୟ ପାଠାଗାର (Library), ପରିସରର ସାମଗ୍ରିକ ସ୍ୱଚ୍ଛତା ତଥା ଛାତ୍ରାବାସର ବ୍ୟବସ୍ଥା ଯାଞ୍ଚ କରିଥିଲେ। ମଧ୍ୟାହ୍ନ ଭୋଜନ (MDM): ଛାତ୍ରଛାତ୍ରୀମାନଙ୍କୁ ପରିବେଷଣ କରାଯାଉଥିବା ମଧ୍ୟାହ୍ନ ଭୋଜନର ଗୁଣବତ୍ତା ଓ ସ୍ୱଚ୍ଛତା ନିଜେ ତଦାରଖ କରିଥିଲେ।ବିଦ୍ୟାଳୟର ସୁପରିଚାଳନା, ଶୈକ୍ଷିକ ପରିବେଶ, ସ୍ୱଚ୍ଛତା ଏବଂ ସମସ୍ତ କାର୍ଯ୍ୟକଳାପକୁ ଦେଖି ଜିଲ୍ଲାପାଳ ମହୋଦୟା ତଥା ଉପସ୍ଥିତ ଅଧିକାରୀବୃନ୍ଦ ସମ୍ପୂର୍ଣ୍ଣ ସନ୍ତୋଷ ପ୍ରକାଶ କରିଥିଲେ।



Post a Comment

0 Comments