ଗଣିଆ -୧୯/୦୮( ସରୋଜ କୁମାର ଦାଶ)ODISHA RAJIV GANDHI STUDENT FORUM ଆୟୋଜକ ସଂସ୍ଥା ଦ୍ୱାରା "ଓଡ଼ିଶା ରାଜୀବ ଗାନ୍ଧୀ ସେବା ସମ୍ମାନ -୨୦୨୬" ପାଇଁ ମନୋନୀତ ହୋଇଛନ୍ତି ଶ୍ରୀ ଶ୍ରୀ ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ, ଗଣିଆ ,ନୟାଗଡ଼ର ଅର୍ଥଶାସ୍ତ୍ର ବିଭାଗ ଅଧ୍ୟାପକ ତଥା ଯୁବ ରେଡ୍ କ୍ରସ କାଉନ୍ସିଲର୍ ରାକେଶ ବରାଡ଼। ଯୁବ ରେଡ୍ କ୍ରସ (YRC) , ଓଡ଼ିଶା ତରଫରୁ ଏହି ସମ୍ମାନ ଆସନ୍ତା ଅଗଷ୍ଟ ମାସ ୨୦ ତାରିଖରେ ଜୟଦେବ ଭବନ, ଭୁବନେଶ୍ୱରରେ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି କରଯାଇଛି।
ଏହି ସଫଳତା ପରିପ୍ରେକ୍ଷୀରେ ସେ ନିଜ ମହାବିଦ୍ୟାଳୟର ସମସ୍ତ ସଦସ୍ୟ, ରାଜ୍ୟ YRC କାର୍ଯ୍ୟ କର୍ତ୍ତା ଓ ଜିଲ୍ଲାର ସମସ୍ତ YRC କାର୍ଯକାରୀ ସଦସ୍ୟଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରିଛନ୍ତି ଏବଂ ଆଗକୁ ନିଜର ଅଧ୍ୟାପନା ସହ ଏହି ଭଳି ଜନହିତ କାର୍ଯ୍ୟ ପାଇଁ ନିଜକୁ ଉତ୍ସର୍ଗ କରିବାରେ ମତପ୍ରକାଶ କରିଛନ୍ତି



0 Comments