ସ୍ୱାୟତ୍ତ ଶାସନ ଦିବସରେ ହସ ହସ ମୁହଁରେ ଜିଲ୍ଲାପାଳଙ୍କ କଡ଼ା ବାର୍ତ୍ତା


ନୟାଗଡ଼ ସହରରେ ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଆଗାମୀ ଦିନରେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ସ୍ୱାୟତ୍ତ ଶାସନ ଦିବସ ଅବସରରେ ଜିଲ୍ଲାପାଳ ସହରବାସୀଙ୍କୁ ଏନେଇ ସତର୍କ କରିଛନ୍ତି।
ରାସ୍ତାରେ ଗାଈ ଛାଡ଼ିଲେ ₹୨,୦୦୦ରୁ ₹୩,୦୦୦ ପର୍ଯ୍ୟନ୍ତ ଜରିମାନା ଆଦାୟ ହେବ।
ହେଲମେଟ୍ ନ ପିନ୍ଧିଲେ ଏବଂ ସିଟ୍ ବେଲ୍ଟ ନ ବାନ୍ଧିଲେ ଫାଇନ୍ ଆଦାୟ କରାଯିବ।
ରାସ୍ତାକଡ଼ରେ ମାଛ ଓ ମାଂସ ବିକ୍ରି କଲେ ସାମଗ୍ରୀ ଜବତ ସହ ଜରିମାନା ଆଦାୟ କରାଯିବ।

ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ଆଗାମୀ ଦୁଇ ମାସ ମଧ୍ୟରେ ଏସବୁ ନିୟମ ଦୃଢ଼ତାର ସହ କାର୍ଯ୍ୟକାରୀ କରାଯିବ। ତେଣୁ ସହରବାସୀ ଏବେଠାରୁ ମାନସିକ ଭାବେ ପ୍ରସ୍ତୁତ ରୁହନ୍ତୁ ଏବଂ ନିୟମ ମାନି ନୟାଗଡ଼ ସହରକୁ ଶୃଙ୍ଖଳିତ ଓ ସ୍ୱଚ୍ଛ ରଖିବାରେ ସହଯୋଗ କରନ୍ତୁ।

Post a Comment

0 Comments