ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ କନ୍ଧମାଳ ସାଂସଦ

 


    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ଗଣିଆସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ, ବରିଷ୍ଠ ସଂଗଠକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ବରିଷ୍ଠ ନେତା ମନୋଜ ବେହେରା,ରାଜ୍ୟ ବିଜେପି ଯୁବ ସଭାପତି ଅଭିଳାଷ ପଣ୍ଡା,ଗଣିଆ ମଣ୍ଡଳ ସଭାପତି ମହାବୀର ପ୍ରସାଦ ମିଶ୍ର,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ବରିଷ୍ଠ ନେତା ବିଭୂତି ଭୂଷଣ ପଣ୍ଡା, ଜିଲ୍ଲା ଉପସଭାପତି ଚନ୍ଦ୍ରଶେଖର ଦାଶ, ପୂର୍ବତନ ଜିଲ୍ଲା ସଭାପତି ସନ୍ୟାସି ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ପ୍ରଶନ୍ନ କୁମାର ଦାଶଙ୍କ ସମେତ ନୂଆଗାଁ, ଦଶପଲ୍ଲା ବ୍ଳକର ବିଜେପି ସଭାପତି, ବରିଷ୍ଠ ସଂଗଠକ ତଥା ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗଣିଆର ତବଲା ବାଦକ ସହଦେବ ସାହୁ ଏବଂ ବେଲପଡାପାଟଣାର କଂସା ପିତ୍ତଳ କାରିଗର ଲୋକନାଥ ମହାପାତ୍ରଙ୍କୁ ସ୍ବତନ୍ତ୍ର ଭାଵେ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଏହି ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଉପସ୍ଥିତ ଜନସାଧାରଣ ଉପଭୋଗ କରିଥିଲେ । ଏଲ୍ଇଡି ମାଧ୍ୟମରେ ପ୍ରଧାନମନ୍ତ୍ରୀମୋଦି ଜି ଜନ କଲ୍ୟାଣୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । କଲ୍ୟାଣ ମଣ୍ଡପ ପରିସରରେ କନ୍ଧମାଳ ସାଂସଦ ବୃକ୍ଷ ରୋପଣ କରିଥିଲେ ।ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଲେ କନ୍ଧମାଳ ସାଂସଦ


Post a Comment

0 Comments