ଗଣିଆ ୧୨/୦୮(ସରୋଜ କୁମାର ଦାଶ) ଗଣିଆ ବ୍ଲକ କରଡାପଡା ପଞ୍ଚାୟତ ରଗଡିସାହି ଗ୍ରାମରେ ବଡ଼ ଧରଣର ଲୁଟ୍ ହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏତଲା କାରୀଙ୍କ ଅଭିଯୋଗକୁ ଭିତ୍ତି କରି ଘଟଣାସ୍ଥଳରେ ପୋଲିସ ଏବଂ ସନ୍ଧାନୀ କୁକୁର ପହଞ୍ଚି ତନାଘନା କରିଥିବା ଜଣାପଡିଛି । ଘଟଣାରୁ ଜଣାପଡିଛି ଯେ ରଗଡି ସାହି ଗ୍ରାମର ଶିକ୍ଷକ ପଦ୍ମନାଭ ବେହେରା ତାଙ୍କ ଘରେ ଶୋଇଥିବା ବେଳେ ରାତି ୨ ଘଟିକା ୩୦ ମିନିଟ ସମୟରେ ବାହାରକୁ ଉଠିଥିଲେ । ତେବେ କବାଟଟି ବାହାର ପଟୁ ଦିଆ ହୋଇଥିଲା । ପଡିଶାଘରକୁ ଫୋନ କରି ଡାକିବା ପରେ ସେମାନେ ଆସି କବାଟ ଖୋଲିବା ପରେ ଶୋଇବା ଘର ପାଖରେ ଥିବା ଘରକୁ ଯାଇ ଦେଖିଲା ବେଳକୁ ଆଲମିରା ଭଙ୍ଗା ଯାଇ ଆସବାବପତ୍ର ସବୁ ଏଣେତେଣେ ପଡିଥିଲା । ଆଲମିରା ଭିତରେ ଥିବା ୧୦୦ ଗ୍ରାମ ସୁନା ଏବଂ ୧ ହଜାର ଗ୍ରାମ ରୂପା ଲୁଟ୍ ହୋଇଥିବା ସେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା, ଏସଆଇ ଶ୍ୟାମସୁନ୍ଦର ପ୍ରଧାନ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲେ ମଧ୍ୟ ଲୁଟେରାଙ୍କ ସନ୍ଧାନ ମିଳି ପାରି ନାହିଁ । ସନ୍ଧାନୀ କୁକୁର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇ ନଥିଲା । ତେବେ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।


0 Comments