ଦଶପଲ୍ଲାରେ ବ୍ରହ୍ମାକୁମାରୀ ଓ ବିଜେପି ପକ୍ଷରୁ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା ଅଭିଯାନ

 

ନୟାଗଡ/ଦଶପଲ୍ଲା ୧୨/୦୮ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦଶପଲ୍ଲା ଅଞ୍ଚଳରେ ନିଶାନିବାରଣ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତ ୧୦ ଅଗଷ୍ଟ ୨୦୨୬ରିଖରେ ଦଶପଲ୍ଲା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସମାଜକୁ ନିଶାମୁକ୍ତ କରିବା ଏବଂ ଯୁବପିଢ଼ିଙ୍କୁ ସଠିକ୍ ମାର୍ଗ ଦେଖାଇବା ଉଦ୍ଦେଶ୍ୟରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସଦସ୍ୟ ଏବଂ ସ୍ଥାନୀୟ ନେତୃବୃନ୍ଦ ଏକତ୍ରିତ ହୋଇଥିଲେ। ଏଥିରେ ବ୍ରହ୍ମାକୁମାରୀ ପକ୍ଷରୁ ବିକେ କୁନି ଭଉଣୀ, ବିକେ ଲିଲି ଭଉଣୀ, ବିକେ ଚିନ୍ତୁ ଭାଇ ଏବଂ ଲିପିନା ଭଉଣୀ ପ୍ରମୁଖ ଯୋଗଦେଇ ନିଶାର କୁପରିଣାମ ଏବଂ ଏଥିରୁ ମୁକ୍ତି ପାଇଁ ଆଧ୍ୟାତ୍ମିକତାର ଆବଶ୍ୟକତା ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଜେପି ଦିହଗାଁ ପଞ୍ଚାୟତ ସଭାପତି ରୋହିତ ପ୍ରଧାନ ମଧ୍ୟ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଏହି ଜନହିତକର ଆହ୍ୱାନକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସୁସ୍ଥ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ବିଦ୍ୟାଳୟର ଛାତ୍ରୀ ଓ ଶିକ୍ଷୟିତ୍ରୀମାନେ ଏହି ଅଭିଯାନରେ ସାମିଲ ହେବାକୁ ଶପଥ ନେଇଥିଲେ।

Post a Comment

0 Comments