ସ୍ୱଚ୍ଛ ନୟାଗଡ଼ ଗଠନ ପାଇଁ ଜିଲ୍ଲାପାଳଙ୍କ ନେତୃତ୍ୱରେ ସ୍ୱଚ୍ଛତା ଅଭିଯାନ
ଏହି ଅଭିଯାନରେ ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ , ପୌରପରିଷଦ ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁଙ୍କ ସମେତ ସରକାରୀ କର୍ମଚାରୀ, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ବହୁ ମାତ୍ରାରେ ଯୋଗଦେଇଥିଲେ।
ଜିଲ୍ଲାପାଳ ସ୍ଥାନୀୟ ବ୍ୟବସାୟୀ, ଦୋକାନୀ ଓ ସାଧାରଣ ଲୋକଙ୍କୁ ନିଜ ଦୋକାନ ଓ ଘର ସମ୍ମୁଖରେ ଡଷ୍ଟବିନ୍ ରଖିବା ସହ ଆବର୍ଜନା ରାସ୍ତା କିମ୍ବା ସର୍ବସାଧାରଣ ସ୍ଥାନରେ ନ ପକାଇବାକୁ ପରାମର୍ଶ ଦେଇଥିଲେ। ଆବର୍ଜନାକୁ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା ଏବଂ ପୌରପାଳିକାର ଆବର୍ଜନା ସଂଗ୍ରହ ବ୍ୟବସ୍ଥାର ସୁଯୋଗ ନେବାକୁ ସେ ଆହ୍ୱାନ ଦେଇଥିଲେ। ସ୍ୱଚ୍ଛ ସହର ଓ ସୁସ୍ଥ ସମାଜ ଗଠନ ପାଇଁ ନିଜ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ସ୍ୱଚ୍ଛତା ଅଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ଜନସାଧାରଣଙ୍କୁ ଏହି ଅଭିଯାନ ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯାଇଥିଲା

0 Comments