ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ନୟାଗଡ଼ର ୩ ବର୍ଷୀୟ ଶିଶୁ ପ୍ରତିଭା ଆଦର୍ଶ
ନୟାଗଡ଼ (ପ୍ରତୀକ୍ଷା ୱେବମିଡିଆ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଖଣ୍ଡୁଗାଁ ଗ୍ରାମର ମାତ୍ର ୩ ବର୍ଷୀୟ ଶିଶୁ ପ୍ରତିଭା ଆଦର୍ଶ ଅକ୍ଷୟ ଦାଶ ନିଜର ଅସାଧାରଣ ସ୍ମରଣଶକ୍ତି ଓ ବୁଦ୍ଧିମତା ବଳରେ 'ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍'ରେ ସ୍ଥାନ ପାଇବା ସହ 'ଆଇବିଆର୍ ଅଚିଭର୍' (IBR Achiever) ମାନ୍ୟତା ହାସଲ କରି ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି।
ସେ ଖଣ୍ଡୁଗାଁ ଗ୍ରାମର ସିଲୁ ଦାଶ ଏବଂ ପ୍ରତିଭା ପାଣିଗ୍ରାହୀଙ୍କ ସୁପୁତ୍ର (ଜନ୍ମ: ୨୩ ଏପ୍ରିଲ୍ ୨୦୨୩)। ମାତ୍ର ୩ ବର୍ଷ ବୟସରେ ତାଙ୍କର ଏଭଳି ଅଦ୍ଭୁତ ଜ୍ଞାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି।
ଆଦର୍ଶଙ୍କ ଅସାଧାରଣ ପ୍ରତିଭା:
* ୨୦ଟି ପଶୁ, ୨୦ଟି ସହାୟକ ବୃତ୍ତିଧାରୀ ବ୍ୟକ୍ତି, ୨୦ ଜଣ ସ୍ୱାଧୀନତା ସଂଗ୍ରାମୀ, ୨୦ଟି ଯାନବାହନ, ୨୦ଟି ପନିପରିବା, ୨୦ଟି ଫଳ ଓ ୯ଟି ବିଭିନ୍ନ ଆକୃତି ସଠିକ୍ ଭାବେ ଚିହ୍ନଟ କରିବାର ଦକ୍ଷତା।
* ବର୍ଷର ୧୨ଟି ମାସ, ସପ୍ତାହର ୭ଟି ଦିନ, ସମ୍ପୂର୍ଣ୍ଣ ଇଂରାଜୀ ବର୍ଣ୍ଣମାଳା, ୫ଟି ଶିଶୁଗୀତ ଏବଂ ୧ରୁ ୧୦ ପର୍ଯ୍ୟନ୍ତ ସଂଖ୍ୟା ଗଣନା।
* ୬ଟି ବିଭିନ୍ନ ରଙ୍ଗର ରିଙ୍ଗକୁ ଚିହ୍ନଟ କରି କ୍ରମାନୁସାରେ ସଜାଇବାର କ୍ଷମତା।
ଶୁଭେଚ୍ଛାର ସୁଅ:
୨୩ ଜୁଲାଇ ୨୦୨୬ରେ ତାଙ୍କର ଏହି ରେକର୍ଡ ନିଶ୍ଚିତ ହେବା ପରେ ୧ ଅଗଷ୍ଟ ୨୦୨୬ରେ ସଂସ୍ଥା ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ବିରଳ ସଫଳତା ପାଇଁ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ପ୍ରମୁଖ ଶିଶୁ ଆଦର୍ଶଙ୍କୁ ଶୁଭେଚ୍ଛା ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
ଏହି ଗୌରବମୟ ସଫଳତା ପାଇଁ ପ୍ରତୀକ୍ଷା ୱେବମିଡିଆ ପରିବାର ତରଫରୁ କୁନି ପ୍ରତିଭା ଆଦର୍ଶଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା।



0 Comments